ନିଶାନ, ବିଶ୍ବ ଓ ରାଜିନଙ୍କୁ ଓଡ଼ିଶା-ନ୍ୟୁ ସାଉଥ୍ ୱେଲ୍ସ ପ୍ରଦର୍ଶନୀ ମ୍ୟାଚ୍ ଦାୟିତ୍ବ

ଭୁବନେଶ୍ବର: କ୍ରୀଡ଼ା ବିନିମୟ କାର୍ଯ୍ୟକ୍ରମ ଅନ୍ତର୍ଗତ ଓଡ଼ିଶା ଗସ୍ତରେ ଥିବା ନ୍ୟୁ ସାଉଥ୍ ୱେଲ୍ସ ଦଳ ରବିବାର ଦ୍ବିତୀୟ ପ୍ରଦର୍ଶନୀ ମ୍ୟାଚ୍ ଖେଳିବ। ଏହି ମ୍ୟାଚ୍ ରାଉରକେଲାର ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମରେ ଖେଳାଯିବ। କଳିଙ୍ଗ ଷ୍ଟାଡିୟମରେ ଚଳିତ ମାସ ପହିଲାରେ ଅନୁଷ୍ଠିତ ପ୍ରଥମ ପ୍ରଦର୍ଶନୀ ମ୍ୟାଚ୍‌ରେ ଓଡ଼ିଶା ୫-୧ରେ ବିଜୟୀ ହୋଇଥିଲା। ରବିବାର ମୁକାବିଲା ଜିତି ଓଡ଼ିଶା ଦଳ ୨-୦ରେ ଶୃଙ୍ଖଳା ଜିତିବା ଲକ୍ଷ୍ୟରେ ରହିବ। ଅନ୍ୟପକ୍ଷରେ ନ୍ୟୁ ସାଉଥ୍‌ ୱେଲ୍ସ ଏହି ମ୍ୟାଚ୍ ଜିତି ଶୃଙ୍ଖଳାକୁ ଅମୀମାଂସିତ ରଖିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ। ଏହି ମ୍ୟାଚ୍‌କୁ ରାଜ୍ୟର ଉଦୀୟମାନ ଅମ୍ପାୟାର ରାଜିନ ଏକ୍କା ଏବଂ ଏଫଆଇଏଚ୍ ଅମ୍ପାୟାର ନେପୋଲିୟନ ସିଂହ ପରିଚାଳନା କରିବେ। ବିଶ୍ବ ରଂଜନ ଷଡ଼ଙ୍ଗୀ ଏଫଆଇଏଚ୍ ବୈଷୟିକ ଅଧିକାରୀ ଏବଂ ନିଶାନ ଜ୍ୟୋତି ମହାନ୍ତି ବୈଷୟିକ ଅଧିକାରୀ ଦାୟିତ୍ବ ତୁଲାଇବେ।

ସମ୍ବନ୍ଧିତ ଖବର