ଓଡ଼ିଶା ଓପନ୍‌ ଯୁବା ବାସ୍କେଟ୍‌ବଲ୍‌: ଓଏସ୍‌ସି ବିଜେତା

ଭୁବନେଶ୍ବର: ଓଡ଼ିଶା ଯୁବା ବାସ୍କେଟ୍‌ବଲ୍‌ ସଂଘ ଆନୁକୂଲ୍ୟରେ ସ୍ଥାନୀୟ ସହିଦ ନଗରସ୍ଥିତ ଇମ୍ପା ପାର୍କରେ ଆୟୋଜିତ ଓଡ଼ିଶା ଓପନ୍‌ ଯୁବା ବାସ୍କେଟବଲ୍‌ ପ୍ରତିଯୋଗିତାର ପୁରୁଷରେ କଟକର ଓଏସ୍‌ସି ଦଳ ଏବଂ ମହିଳାରେ ଭୁବନେଶ୍ବର କ୍ରୀଡ଼ା ଛାତ୍ରବାସ ବିଜେତା ହୋଇଛି। ରବିବାର ପୁରୁଷ ଫାଇନାଲ୍‌ରେ ଓଏସ୍‌ସି ୭୨-୬୦ରେ ଭୁବନେଶ୍ବରର ମଦର୍ସ କ୍ଲବ୍‌କୁ ହରାଇଥିଲା। ମହିଳାରେ କଟକର ଓଡ଼ିଶା ପୁଲିସକୁ ୫୨-୪୮ରେ ହରାଇ ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସ ଟ୍ରଫି କରାୟତ କରିଥିଲା। ସୟଦ ଖାନ୍‌ ଫାଇନାଲ୍‌ର ଏବଂ ରିଆଜ୍‌ ଖାନ୍‌ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ହୋଇଥିଲା ବେଳେ ‌ସବୁଠୁ ମୂଲ୍ୟବାନ ଖେଳାଳି ପୁରସ୍କାର ଜି ସାଇ ରୋ‌ସନଙ୍କୁ ମିଳିଥିଲା। ଅତିଥି ଭାବେ ପୂର୍ବତନ ପ୍ରଶାସନିକ ଅଧିକାରୀ ଅପରାଜିତା ଷଡ଼ଙ୍ଗୀ, ଉପଦେଷ୍ଠା ସରୋଜ ପାତ୍ର, ବିଜେପି ନେତା ଜଗନ୍ନାଥ ପ୍ରଧାନ ‌ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଦୀପ କୁମାର ବିଶ୍ବାଳ, ବିଶ୍ବଜିତ ମହାନ୍ତି, ସଞ୍ଜୟ ପାତ୍ର ଓ ଜଗବନ୍ଧୁ ପାତ୍ର ପ୍ରମୁଖ ଅତିଥି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର