ଓଡ଼ିଶା ସଫ୍ଟ ଟେନିସ୍ ଦଳର ଲକ୍ଷ୍ନୌ ଯାତ୍ରା

ଭୁବନେଶ୍ବର: ଉତ୍ତରପ୍ରଦେଶର ଲକ୍ଷ୍ନୌରେ ମାର୍ଚ ୨୭ରୁ ୩୧ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ୧୬ତମ ବରିଷ୍ଠ ସଫ୍ଟଟେନିସ୍ ପ୍ରତିଯୋଗିତା ଲାଗି ଓଡ଼ିଶା ଦଳ ଯାତ୍ରା କରିଛି। ଓଡ଼ିଶା ଦଳକୁ ଓଡ଼ିଶା ସଂଘ ସଭାପତି ବିକାଶ ପଟ୍ଟନାୟକ, ସମ୍ପାଦକ ମହମ୍ମଦ ଆଜାମ, କିଟ୍‌ କ୍ରୀଡ଼ା ନିର୍ଦେଶକ ଡକ୍ଟର ଗଗନେନ୍ଦୁ ଦାଶ, ସହକାରୀ ନିର୍ଦେଶକ ରୁଦ୍ରକେଶ ଜେନା, କ୍ରୀଡ଼ା ସଂଗଠନ ରିଣ୍ଟୁ ମିତ୍ର, ନବରଂଜନ ପଟ୍ଟନାୟକ ପ୍ରମୁଖ ଶୁଭକାମନା ଜଣାଇଛନ୍ତି।

ଓଡ଼ିଶା ଦଳ: ଶିବରାମ ସ୍ବାଇଁ (ଅଧିନାୟକ), ଦୀପ୍ତରଂଜନ ବେହେରା, ରବୀନ୍ଦ୍ର ହାଁସଦା, ଅଜିତ ସାବାର, ଲଛମନ ମିନାକା, ବଳଦେବ କିସାନି, ବିକାଶ କୁମାର ମହାପାତ୍ର, ଲକ୍ଷ୍ମୀଧର ନାଏକ। ମହିଳା ଦଳ: କରିସ୍ମା କିସାନ (ଅଧିନାୟିକା), ଅନମ ଅଲମସ, ମୋନାଲିସା ନାୟକ, ଚୂଡାମଣୀ ସୋରେନ, ଗୌରୀରାଣୀ ମୁଣ୍ଡା, କୁମାରୀ ହିମିରିକା, ଅମିଶ ମିନିଜ୍‌, ଅନୁସୟା ବାରିକ। ପ୍ରବଂଧକ: ଜ୍ୟୋତ୍ସ୍ନା ରାୟ, ପ୍ରଶିକ୍ଷକ: ମହମ୍ମଦ ଆଜାମ।

ସମ୍ବନ୍ଧିତ ଖବର