ଓଡ଼ିଶା ସଫ୍‌ଟବଲ୍‌ ଦଳର ପଶ୍ଚିମବଙ୍ଗ ଯାତ୍ରା

କଟକ: ପଶ୍ଚିମବଙ୍ଗର ଦଲଫୁଲିଆଠାରେ ଆସନ୍ତା ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଥିବା ଜାତୀୟ ସଫ୍‌ଟବଲ୍‌ ପ୍ରତିଯୋଗିତା ପାଇଁ ଓଡ଼ିଶା ଦଳ ଘୋଷିତ ହୋଇଛି। ରଘୁନାରାୟଣ ବିଦ୍ୟାଳୟରେ ଖେଳାଳିଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବା ପରେ ମହିଳା ଓ ପୁରୁଷ ଦଳ ବଛା ଯାଇଛି। ଗିରିଜା ଶଙ୍କର ବେହେରା ଓ ସ୍ମିତା ଦାସ ଯଥାକ୍ରମେ ପୁରୁଷ ଓ ମହିଳା ଦଳର ପ୍ରବନ୍ଧକ ଭାବେ ନିଯୁକ୍ତ ହୋଇଥିଲା ବେଳେ ରଞ୍ଜନ କୁମାର ଦାସ, ସଂଜୀବ କୁମାର ସାହୁ ଏବଂ ବିନୁ ସାହୁ, ବିଭୂଦତ୍ତ ରଥ ଯଥାକ୍ରମେ ପୁରୁଷ ଓ ମହିଳା ଦଳର ପ୍ରଶିକ୍ଷକ ରହିବେ। ଓଡ଼ିଶା ଦଳ ଶନିବାର ପଶ୍ଚିମବଙ୍ଗ ଅଭିମୁଖେ ଯାତ୍ରା କରିଛି।

ପୁରୁଷ ଦଳ: ନିରଂଜନ ସାହୁ, ପ୍ରକାଶ ମହାନ୍ତି, ରାଜେନ୍ଦ୍ର ବେହେରା, ସଂଜୟ ଖଟେଇ, ପିଦିକା କିରଣ, ଦୂର୍ଯ୍ୟୋଧନ ବିଡ଼ିକା, ପଦ୍ମ ହାଂସଦା, ଆନନ୍ଦ ମୁଣ୍ଡା, ମନୋଜ କୁମାର ନାୟକ, ମୁନିରାମ ମୁର୍ମୁ, ତ୍ରିନାଥ ସାମଲ, ସନ୍ତୋଷ କୁମାର ପଣ୍ଡା, ରାକେଶ କୁମାର ସାହୁ, ଚିତ୍ତରଂଜନ ନାୟକ, ଜଗା କଣ୍ଡାଗୋରି, ତୁଷାର ରଂଜନ ଖୁଣ୍ଟିଆ, ସୌମ୍ୟରଂଜନ ଦାସ, ଅଶୋକ ମହାନ୍ତି, ସୌରଭ ରଥ।
ମହିଳା ଦଳ: ଶ୍ୱେତାଶ୍ୱିନୀ ସବର, ଲିଖିତା ଝୋଡ଼ିଆ, ଅଲିଭା ପ୍ରଧାନ, ପାୟଲ ମାଝୀ, ରଶ୍ମିତା ମୁଦୁଲି, ଅମିତା କହଁର, ମଧୁସ୍ମିତା ଭୂୟାଁ, ଗୀତା ଭୂୟାଁ, ଜ୍ୟୋତିପ୍ରଭା ଦାଶ, ମାମାଲି ନାଥ, ରୋଜା କଣ୍ଡାଗୋରି, ପ୍ରଶାନ୍ତି ହୁଇକା, ଶିଳ୍ପା ସ୍ୱାଇଁ, ଟ୍ଵିଙ୍କିଲ ସିଂହ, ଅଳ୍ପନା ପ୍ରିୟଦର୍ଶିନୀ ଲେଙ୍କା, ପ୍ରଭାସିନୀ ବଳ, ରଂଜିତା ପାଢୀ, ସ୍ୱାତିରେଖା ଖିଲାର।

ସମ୍ବନ୍ଧିତ ଖବର