ଚଣ୍ଡୀଗଡ଼ରେ ଓଡ଼ିଶା ଟାଏକୋଣ୍ଡୋ ଦଳକୁ ୨୪ ପଦକ

ଭୁବନେଶ୍ୱର: ଚଣ୍ଡିଗଡ଼ରେ ଆୟୋଜିତ ହୋଇଥିବା ଉତ୍ତର-ପୂର୍ବ ଭାରତ ଆମନ୍ତ୍ରଣୀୟ ଆଇଟିଏଫ୍‌ ଟାଏକୋଣ୍ଡୋ ପ୍ରତିଯୋଗିତାରେ ଓଡ଼ିଶା ୭ ଲେଖାଏଁ ସ୍ୱର୍ଣ୍ଣ ଓ ରୌପ୍ୟ ସାଙ୍ଗକୁ ୧୦ କାଂସ୍ୟ ସହ ମୋଟ ୨୪ ପଦକ ଜିତିିଛି। ଏହି ପ୍ରତିଯୋଗିତାରେ ୧୧ ରାଜ୍ୟରୁ ୪୬୦ ପ୍ରତିଯୋଗୀ ଭାଗ ନେଇଥିଲା ବେଳେ ପ୍ରଶିକ୍ଷକ ଲକ୍ଷ୍ମୀ ପ୍ରସାଦ ନାୟକଙ୍କ ତତ୍ୱାବଧାନରେ ଓଡ଼ିଶାରୁ ୧୧ ଜଣ ଅଂଶଗ୍ରହଣ କରିଥିଲେ। ବାଳିକା ବିଭାଗ ଗ୍ରୁପ୍‌ ତୁଲ୍‌ସରେ ଇମା ପ୍ରଧାନ, ରିତିକା କନ୍‌ହାର, ସିନ୍ଧୁଜା ଗୌଡ଼, ମନସ୍ମିତା ପଟ୍ଟନାୟକ, ସିପର୍ଣ୍ଣା ପରିଡ଼ା ଏବଂ ସୌମ୍ୟା ପ୍ରିୟଦର୍ଶନୀ ସାହୁ ଗୋଟିଏ ଲେଖାଏଁ ସ୍ୱର୍ଣ୍ଣ ଜିତିଥିଲେ। ବ୍ୟକ୍ତିଗତ ତୁଲ୍‌ସରେ ସିନ୍ଧୁଜା ଗୌଡ଼ ସ୍ୱର୍ଣ୍ଣ, ଇମା ପ୍ରଧାନ ଓ ଶ୍ରେୟାଂସ ଶୁଭମ ରୌପ୍ୟ ଏବଂ କାର୍ତିକେଶ୍ୱର ପାଢ଼ୀ ଓ ଶୁଭମ ପୂଜାରୀ କାଂସ୍ୟ ଜିତିଥିଲେ। ବ୍ୟକ୍ତିଗତ ସ୍ୱାଇରିଙ୍ଗ୍‌ରେ ଇମା ପ୍ରଧାନ, ଓମ୍‌ ପ୍ରଧାନ, ମନସ୍ମିତା ପଟ୍ଟନାୟକ, ରିତିକା କନ୍‌ହାର ରୌପ୍ୟ, ସିନ୍ଧୁଜା ଗୌଡ଼, ଶୋଭନ୍‌୍‌ ପୂଜାରୀ, ଦୀନେଶ ପାତ୍ର, ସୌମ୍ୟ ପ୍ରିୟଦର୍ଶନୀ ସାହୁ କାଂସ୍ୟ ପଦକ ପାଇଥିଲେ। ବାଳିକା ବିଭାଗ ଆତ୍ମ ପ୍ରଶିକ୍ଷଣରେ ଇମା ପ୍ରଧାନ, ଓମ୍‌ ପ୍ରଧାନ ଓ କାତ୍ତିକେଶ୍ୱର ପାଢ଼ୀ କାଂସ୍ୟ ପଦକ ହାସଲ କରିଥିଲେ। ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିବା ଇମା ପ୍ରଧାନ କାଠମାଣ୍ଡୁରେ ହେବାକୁଥିବା ନବମ ଏସୀୟ ଟାଏକୋଣ୍ଡୋ ପ୍ରତିଯୋଗିତା ଖେଳିବା ଲାଗି ମନୋନୀତ ହୋଇଥିଲେ। ଏହି ସଫଳତା ପାଇଁ ଟାଏକୋଣ୍ଡୋ ଆସୋସିଏସନ୍‌ ଅଫ୍‌ ଓଡ଼ିଶାର ମୁଖ୍ୟ ତଥା ପ୍ରଶିକ୍ଷକ ଲକ୍ଷ୍ମୀ ପ୍ରସାଦ ନାୟକ ଏବଂ ଖେଳାଳିମାନଙ୍କୁ ସେଣ୍ଟ୍‌ ଜାଭିୟର ଇଣ୍ଟରନ୍ୟାସ୍‌ନାଲ୍‌ ସ୍କୁଲ୍‌ର ଅଧ୍ୟକ୍ଷ ବଦ୍ରିନାଥ ପଟ୍ଟନାୟକ ଧନ୍ୟବାଦ ଦେଇଛନ୍ତି।

ସମ୍ବନ୍ଧିତ ଖବର