ପୂର୍ବାଞ୍ଚଳ ହ୍ୟାଣ୍ଡ୍‌ବଲ୍‌ ପାଇଁ ଓଡ଼ିଶା ଦଳ

କଟକ: ଶନିବାରଠୁ ବିହାରରେ ଆରମ୍ଭ ହେବାକୁଥିବା ୨୪ତମ ପୂର୍ବାଞ୍ଚଳ ହ୍ୟାଣ୍ତବଲ୍‌ ପ୍ରତିଯୋଗିତା ପାଇଁ ଓଡ଼ିଶା ପୁରୁଷ ଓ ମହିଳା ଦଳ ଶୁକ୍ରବାରଠୁ ବିହାର ଯାତ୍ରା କରିଛି। ପୁରୁଷ ଦଳରେ ଅଭିଷେକ ବେହେରା, ଭାଗବତ ପ୍ରସାଦ ମହାନ୍ତି, ଗୋଲଖନାଥ ଦାସ, ମନୋଜ କୁମାର ନାୟକ, ଅବଦୁଲ କଲାମ, ଛାୟାକାନ୍ତ ମହାନ୍ତି, ସତ୍ୟନାରାୟଣ କରନ, ଆର୍ଯ୍ୟନ ବ୍ରାହ୍ମିନ, ଶେଖ ଅସରଫ ଅଲ୍ଲୀ, ନିର˚ଜନ ଖଣ୍ତୁଲଵାଲ, ସ˚ଜୟ ସି˚ହ, ସୌନା ବାସ୍କେ, ଦିବିନ କୁମାର କାଲାସି, ର˚ଜିତ କୁମାର ପାତ୍ର, ନିମୋଲିୟନ ଭୋଇ ଓ ନିତ୍ୟାନନ୍ଦ ମାଝୀ ଏବଂ ମହିଳା ଦଳରେ ସ୍ବର୍ଣ୍ଣପ୍ରଭା ହାତୀ, ମୋନାଲି ସେଠୀ, ଲକ୍ଷ୍ମୀପ୍ରିୟା ସାହୁ, ରଶ୍ମୀ ସ୍ବାଇଁ, ଅନିତା ନାୟକ, ସିପ୍ରା ଲେଙ୍କା, ସ୍ମୃତିରେଖା ରାଉତ, ଦୀପାଞ୍ଜଳି ବେହେରା, ଭାଗ୍ୟଶ୍ରୀ ରାୟ, ନଳିନୀ ସେଠୀ, ସ୍ନେହଲତା ବେହେରା, ଅନ୍ନପୂର୍ଣ୍ଣା ସେଠୀ, ଟ୍ବିଙ୍କିଲ ପ୍ରଧାନ, ସାନିଆ ବେଗମ, ବର୍ଷା ପାଣି, ଜିତେନ୍ଦ୍ରିୟା ନାୟକ ସାମିଲ ହୋଇଛନ୍ତି। ପୁରୁଷ ଦଳରେ ରାହିଲ ଖାନ୍‌ ଓ ମହିଳା ଦଳରେ ବଙ୍କ ନାୟକ ପ୍ରବନ୍ଧକ ଭାବେ ଯାତ୍ରା କରିଛନ୍ତି। ଓଡ଼ିଶା ଦଳକୁ ରାଜ୍ୟ ହ୍ୟାଣ୍ତବଲ୍‌ ସ˚ଘ ସମ୍ପାଦକ ବିରେନ୍‌ ବେହେରା ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଥମ ଥର ଆର୍ଯ୍ୟନ ବ୍ରାହ୍ମିନ
ଭାରତୀୟ ଦଳରୁ ଖେଳି ସାରିଥିବା ଯୁବ ପ୍ରତିଭା ଆର୍ଯ୍ୟନ ବ୍ରାହ୍ମିନ ପ୍ରଥମ ଥର ବରିଷ୍ଠ ଦଳରେ ସ୍ଥାନ ପାଇଥିବାରୁ ଓଡ଼ିଶା ଦଳର ଶକ୍ତି ବଢ଼ିଛି। ଆର୍ଯ୍ୟନ ୨୦୧୫ ମସିହାରୁ ଓଡ଼ିଶା କନିଷ୍ଠ ଓ ଉପକନିଷ୍ଠ ଦଳ‌ରେ ଖେଳି ଆସିଛନ୍ତି। ପ୍ରଥମ ଓଡ଼ିଆ ଭାବେ ୨୦୧୮ରୁ ଭାରତୀୟ ଦଳରେ ନିୟମିତ ସଦସ୍ୟ ରହିଛନ୍ତି ବୋଲି ତାଙ୍କ ପିତା ପୂର୍ବତନ କ୍ରୀଡ଼ାବିତ୍‌ ଗୌରୀଶଙ୍କର ମିଶ୍ର ଜଣାଇଛନ୍ତି।

ସମ୍ବନ୍ଧିତ ଖବର