ଜାତୀୟ କନିଷ୍ଠ ଦୌଡ଼କୁଦ ପାଇଁ ଓଡ଼ିଶା ଦଳ

ଭୁବନେଶ୍ୱର: ବିଜୟଓ୍ଵାଡାରେ ଆସନ୍ତା ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ୩୩ତମ ଜାତୀୟ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା। ଏଥିରେ ଭାଗ ନେବା ପାଇଁ ୨୨ ଜଣିଆ ଓଡ଼ିଶା ଦଳ ମଙ୍ଗଳବାର ଘୋଷିତ ହୋଇଛି। ଦଳରେ ୧୨ ବାଳକ ଓ ୧୦ ବାଳିକା ସାମିଲ ହୋଇଛନ୍ତି। ଅନୁରାଧା ବିଶ୍ୱାଳ ଓ ଭବାନୀ ଶଙ୍କର ଜେନା ଏହି ପ୍ରତିଯୋଗିତା ପାଇଁ ଦଳର ପ୍ରବନ୍ଧକ ଏବଂ ଅଜିତ କୁମାର ପ୍ରଶିକ୍ଷକ ମନୋନୀତ ହୋଇଛନ୍ତି। ଦଳ: ରବି ଖୋରା, ଲଖନ୍‌ ମୁର୍ମୁ (୧୪ ବର୍ଷ ବାଳକ), ଦିଲିପ ନାଏକ, ସୁଶାନ୍ତ ମହାରଣା, ଚନ୍ଦନ ବେଟି (୧୬ ବର୍ଷ ବାଳକ), ସ୍ୱାଧୀନ କୁମାର ମାଝୀ, କୃଷ୍ଣ ମୁଣ୍ଡା, ପ୍ରସନ୍‌ଜିତ୍‌ ଖାଖା, ପୁଙ୍ଗା ସୋରେନ୍‌, ରାମଚନ୍ଦ୍ର ଦୋରା (୧୮ ବର୍ଷ ବାଳକ), ହରି ବେହେରା, ବିକାଶ ବର୍‌ଓ୍ଵା (କନୁଷ୍ଠ ପୁରୁଷ), ବାସନ୍ତୀ ମାଝୀ, ଆଂଶିକା ରାଉତରାୟ (୧୪ ବର୍ଷ ବାଳିକା), ବିପ୍ଲବିନୀ ସା, ପ୍ରିୟଙ୍କା ଟପ୍ପୋ, ପ୍ରିୟଙ୍କା ମହାଲିକ୍‌, ଫୁଲମଣୀ କାର୍ଜୀ, ମନୀଷା ମେରେଲ୍‌ (୧୮ ବର୍ଷ ବାଳିକା), ସମ୍‌ସାଦ୍‌ ଆରା ବେଗମ୍‌, ଦିବ୍ୟା ସାଣ୍ଡିଲ୍ୟା, ସଲାମୀ କିସ୍ପୋଟା (କନିଷ୍ଠ ମହିଳା)।

ସମ୍ବନ୍ଧିତ ଖବର