ଜାତୀୟ ରୋଲ୍ ବଲ୍ ପାଇଁ ଓଡ଼ିଶା ଦଳ

ଭୁବନେଶ୍ବର: ଜାତୀୟ ରୋଲ୍ ବଲ୍ ପ୍ରତିଯୋଗିତା ପାଇଁ ଓଡ଼ିଶା ବରିଷ୍ଠ ପୁରୁଷ ଦଳ ଯୋଗ୍ୟତା ଅର୍ଜନ କରି ରାଜ୍ୟ କ୍ରୀଡ଼ାରେ ନୂଆ ଫର୍ଦ ‌ଯୋଡ଼ିଛି। ଅଗଷ୍ଟ ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ଗୁଜରାଟର ସୁରଟରେ ଏହି ଜାତୀୟ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥି ପାଇଁ ଯୋଗ୍ୟତା ଅର୍ଜନ କରିଥିବା ୭ ଜଣିଆ ଓଡ଼ିଶା ଦଳକୁ ସୋମବାର କଳିଙ୍ଗ ଷ୍ଟାଡିୟମ୍‌ ପରିସରରେ ସମ୍ବର୍ଧିତ କରାଯାଇଛି। ଏହି ଖେଳାଳିମାନେ ହେଲେ ବିଶ୍ବଜିତ୍ ସ୍ବାଇଁ, ସୌମ୍ୟରଂଜନ ଜୟସିଂହ, ଅଭିଜିତ୍ ସ୍ବାଇଁ, ପଞ୍ଚାନନ ବେହେରା, ଅଭିଷେକ ସ୍ବାଇଁ, ସନ୍ତୋଷ କୁମାର ପାତ୍ର ଏବଂ ପ୍ରବୀଣ କୁମାର ବିଶୋଇ। ଓଡ଼ିଶା ରୋଲ୍ ବଲ୍ ଆସୋସିଏସନ୍‌ (ଓର୍‌ବା)ର ଦୁଇ କାର୍ଯ୍ୟନିର୍ବହୀ ସଦସ୍ୟ ମଳୟ ଦାସ ଏବଂ ପ୍ରକାଶ ଚନ୍ଦ୍ର ବିଶୋଇ ଖେଳାଳିମାନଙ୍କୁ ସମ୍ବର୍ଧିତ କରିବା ସହ ଶୁଭକାମନା ଜଣାଇଥିଲେ। ସୂଚନାଯୋଗ୍ୟ, ଭାରତର ୧୦୦ ପ୍ରତିଶତ ନିଜସ୍ବ କ୍ରୀଡ଼ା ରୋଲ୍ ବଲ୍‌କୁ କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ସହିତ ଜାତୀୟ ବିଦ୍ୟାଳୟ କ୍ରୀଡ଼ା ସଂଘ ଏବଂ ବିଶ୍ବବିଦ୍ୟାଳୟ କ୍ରୀଡ଼ା ସଂଘ ସ୍ବୀକୃତି ଦେଇ ସାରିଛି।

ସମ୍ବନ୍ଧିତ ଖବର