ଜାତୀୟ ଡ୍ୟୁବଲ୍ ପାଇଁ ଓଡ଼ିଶା ଦଳ

ଭୁବନେଶ୍ବର: ଚଳିତ ମାସ ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ପଞ୍ଜାବର ରୂପନଗରଠାରେ ଅନୁଷ୍ଠିତ ହେବାକୁ ଥିବା ସପ୍ତମ ଜାତୀୟ ଡ୍ୟୁବଲ୍ ପ୍ରତିଯୋଗିତା ଲାଗି ଓଡ଼ିଶା ବରିଷ୍ଠ ଦଳ‌ ସୋମବାର ପୁରୁଷ‌ୋତ୍ତମ ଏକ୍ସପ୍ରେସ୍ ଯୋଗେ ଯାତ୍ରା କରିଛି। ପ୍ରଥମ ଥର ପାଇଁ ଓଡ଼ିଶା ଦଳ ଏହି‌ ଖେଳରେ ଜାତୀୟ ପ୍ରତିନିଧିତ୍ବ କରିବାକୁ ଯାଉଛି। ଏହି ଦଳରେ ପୁରୀ ଓ ଭୁବନେଶ୍ବରର ଖେଳାଳି ସ୍ଥାନ ପାଇଛନ୍ତି। ଖେଳାଳିମାନଙ୍କୁ ଓଡ଼ିଶା ଡ୍ୟୁବଲ୍ ସଂଘ ସମ୍ପାଦକ ଜିତେନ୍ଦ୍ରନାଥ ଦାସ, ପ୍ରଶିକ୍ଷକ ବିଶ୍ବରଂଜନ ଦାଶ ଏବଂ ପ୍ରବଂଧକ ଶୁଭଶ୍ରୀ ପାତ୍ର ଶୁଭକାମନା ଜଣାଇଛନ୍ତି।

ଓଡ଼ିଶା ଦଳ: ଚନ୍ଦନ କୁମାର ପତ୍ରୀ, ଏନ୍‌ ଆଦିତ୍ୟ‌ ରେଡ୍ଡୀ, ଶୁଭେନ୍ଦୁ କୁମାର ଦାସ, ଶିବସୁନ୍ଦର ବାରିକ, ସୌମ୍ୟରଂଜନ ଦାସ, ପବିତ୍ର ଦାସ, କୁଶଳ କୁମାର ପାତ୍ର, ସ୍ଥିତପ୍ରଜ୍ଞ ସ୍ବାଇଁ, ଔର ବିଘ୍ନେଶ ଦାଶ, ଆଲୋକ କୁମାର ଭୋଇ, ଆଦିତ୍ୟ ନାରାୟଣ ନାଥ, ଏସ୍ ଜଗା‌ ରେଡ୍ଡୀ।

ସମ୍ବନ୍ଧିତ ଖବର