ଜାତୀୟ ଉପକନିଷ୍ଠ ଥ୍ରୋ’ ବଲ୍‌ ଲାଗି ଓଡ଼ିଶା ଦଳ

ଭୁବନେଶ୍ୱର: ମଧ୍ୟପ୍ରଦେଶର ଭୋପାଳ ସ୍ଥିତ ରାଜୀବ ଗାନ୍ଧୀ ମହାବିଦ୍ୟାଳୟ ଖେଳ ପଡ଼ିଆରେ ଚଳିତ ଜୁନ୍‌ ମାସ ୬ରୁ ୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ୨୫ତମ ଜାତୀୟ ଉପକନିଷ୍ଠ ଥ୍ରୋ ବଲ୍‌ ପ୍ରତିଯୋଗିତା ଲାଗି ଓଡ଼ିଶା ଦଳ ଘୋଷିତ ହୋଇଛି। ଏଥିରେ ୨୮ ଜଣ ଖେଳାଳି ସ୍ଥାନ ପାଇଛନ୍ତି। ବାଳକ ବିଭାଗରେ ସ୍ଥାନ ପାଇଥିବା ଖେଳାଳିମାନେ ହେଲେ ଉମାକାନ୍ତ ବେହେରା, ହିମାଂଶୁ ବେହେରା, ନାରାୟଣ ନାୟକ, ବିଶ୍ୱ ପ୍ରକାଶ ପୃଷ୍ଠି, ଶିବାଂଶ ସେନାପତି, ଦୀପ୍ତିମୟ ବିଶ୍ୱାଳ, ମଧୁସୁଦନ ନାୟକ, ମହେଶ କୁମାର ମାଝୀ, ବାସୁଦେବ ବେହେରା, ଅନୁଭବ ସେନାପତି, ଅମାତ୍ୟ ସାହୁ, ଆଲୋକ କୁମାର ସାହୁ, ଆଶୁତୋଷ ସାହୁ, ନିଶିତ ଆର୍ଯ୍ୟନ। ଏସ୍‌ ଜଗା ରେଡ୍ଡୀ ଦଳର ପ୍ରଶିକ୍ଷକ ଥିଲା ବେଳେ ସୁବ୍ରତ କୁମାର ଜେନା ପ୍ରବନ୍ଧକ ଦାୟିତ୍ୱରେ ଅଛନ୍ତି। ସେହିଭଳି ବାଳିକା ବିଭାଗରେ ସ୍ଥାନ ପାଇଥିବା ଖେଳାଳିମାନେ ହେଲେ ସ୍ମିତାରାଣୀ ଦେହୁରୀ, ମଧୁସ୍ମିତା ମହାନନ୍ଦ, ପୂଜାରାଣୀ କାହଳସିଂହ, ପ୍ରିୟଙ୍କା ସାହୁ, ରୋଜାଲିନ ବାରିକ, ଚନ୍ଦ୍ରିକା ସାର୍ଲିଆ, ଶୁଭଶ୍ରୀ ପ୍ରଧାନ, ବିଜୟା ବିପାସା। ସବିତା ସାହୁ ବାଳିକା ଦଳର ପ୍ରବନ୍ଧକ ନିଯୁକ୍ତ ହୋଇଛନ୍ତି। ଯଶୋବନ୍ତ ପରମଗୁରୁ ଓ ରାମକୃଷ୍ଣ ବେହେରା ଅଧିକାରୀ ଭାବେ ଦଳ ସହ ଭୋପାଳ ଯାତ୍ରା କରିବେ। ରାଜ୍ୟ ଦଳକୁ ଓଡ଼ିଶା ରାଜ୍ୟ ଥ୍ରୋ ବଲ୍‌ ସଂଘର ସଭାପତି ଭୂପିନ୍ଦର ସିଂହ, ପୃଷ୍ଠପୋଷକ କୃଷ୍ଣଚନ୍ଦ୍ର ଦାସ, ସଂପାଦକ ଯତୀନ୍ଦ୍ର ନାଥ ଦାସ, କାର୍ଯ୍ୟକାରିଣୀ ସଭ୍ୟ ସଚିକାନ୍ତ ପଟ୍ଟନାୟକ ଓ ପ୍ରେମାନନ୍ଦ ବେହେରା ଖେଳାଳିମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର