ବିଜୟ ହଜାରେ ଟ୍ରଫି ପାଇଁ ଓଡ଼ିଶା ଦଳ: ବାଦ୍‌ ପଡ଼ିଲେ ଆହତ ବିପ୍ଳବ

ଫେରିଲେ ଯାଦବ, ସ୍ବସ୍ତିକ, ଦେବାଶିଷ ନୂଆ

କଟକ: ଭଦୋଦରାରେ ଆସନ୍ତା ୨୪ ତାରିଖରୁ ଆରମ୍ଭ ହେଉଥିବା ବିଜୟ ହଜାରେ ଟ୍ରଫି ପାଇଁ ଓଡ଼ିଶା ଦଳ ଘୋଷଣା ହୋଇଛି। ତେବେ ପ୍ରଥମ ଦୁଇ ମ୍ୟାଚ୍‌ ପାଇଁ ଏହି ଦଳ ଘୋଷଣା ହୋଇଥିଲା ବେଳେ ଗତ ଋତୁରେ ରେଳବାଇ ତରଫରୁ ଖେଳିବା ପାଇଁ ଓଡ଼ିଶା ଛାଡ଼ିଥିବା ଅଭିଷେକ ଯାଦବ ଏଥର ପୁଣି ଥରେ ଓଡ଼ିଶାକୁ ଫେରିଛନ୍ତି। ସେହିପରି ଦେବାଶିଷ ସମାନ୍ତରାୟ ଦିନିକିଆ ପ୍ରତିଯୋଗିତାରେ ନୂଆ ମୁହଁ ଭାବେ ଦଳରେ ସ୍ଥାନ ପାଇଛନ୍ତି। ସବୁଠୁ ବଡ଼ ଘଟଣାକ୍ରମରେ ଦଳର ନିର୍ଭରଯୋଗ୍ୟ ଅଲରାଉଣ୍ଡର ବିପ୍ଳବ ସାମନ୍ତରାୟ ଆହତ କାରଣରୁ ଦଳରେ ସ୍ଥାନ ପାଇନାହାନ୍ତି। ଟ୍ରାଏଲ୍‌ସରେ ଭଲ ରନ୍‌ କରିଥିଲେ ବି ତାଙ୍କୁ କିଛି ଦିନ ବିଶ୍ରାମ ଦିଆଯିବାକୁ ଚିନ୍ତା କରାଯାଇଥିବା ଚୟନ ସମିତି ଅଧ୍ୟକ୍ଷ ବିଷ୍ଣୁଦେବ ମହାନ୍ତି ସୂଚନା ଦେଇଛନ୍ତି। ଗତ ଋତୁରେ ମାତ୍ର ଗୋଟିଏ ଦିନିକିଆ ମ୍ୟାଚ୍‌ରେ ଦଳର ଅଧିନାୟକ ଭୂମିକାରେ ଆସିଥିବା ଶୁଭ୍ରା˚ଶୁ ସେନାପତିଙ୍କୁ ଏଥର ନେତୃତ୍ବ ଭାର ଦିଆଯାଇଛି। ସୂର୍ଯ୍ୟକାନ୍ତ ପ୍ରଧାନ, ଦୀପକ ବେହେରା, ରାଜେଶ ମହାନ୍ତି, ପ୍ରୟାସ ସି˚ହ ଦ୍ରୁତ ବୋଲର ଓ ପପୁ ରାଏ, ଅଭିଷେକ ରାଉତ ଦୁଇଜଣ ବିଶେଷଜ୍ଞ ସ୍ପିନର ଭାବେ ଦଳରେ ସାମିଲ ହୋଇଛନ୍ତି। ତେବେ ଦଳରେ ଜଣେ ମାତ୍ର ଵିକେଟରକ୍ଷକ ଭାବେ ସୁଜିତ ଲେଙ୍କାଙ୍କୁ ନିଆଯାଇଛି। ଏହି ପ୍ରତିଯୋଗିତାରେ ଓଡ଼ିଶା ୨୪ ତାରିଖରେ ବରୋଦା, ୨୬ରେ ହରିୟାଣା, ୨୮ରେ ହିମାଚଳ ପ୍ରଦେଶ, ୨୯ରେ ଦିଲ୍ଲୀ, ଅକ୍ଟୋବର ୩ରେ ବିଦର୍ଭ, ୭ରେ ଉତ୍ତରପ୍ରଦେଶ, ୯ରେ ମହାରାଷ୍ଟ୍ର, ୧୩ରେ ପଞ୍ଜାବ ସହିତ ମ୍ୟାଚ ଖେଳିବ। ଏହି ସବୁ ମ୍ୟାଚ୍‌ ଭଦଦୋରାରେ ଖେଳାଯିବ। ଗତବର୍ଷ ଓଡ଼ିଶା ୮ ମ୍ୟାଚ୍‌ରୁ ମାତ୍ର ୨ଟି ମ୍ୟାଚ୍‌ରେ ବିଜୟୀ ହୋଇଥିଲା ବେଳେ ୫ ମ୍ୟାଚ୍‌ରେ ପରାଜୟ ଓ ଗୋଟିଏ ମ୍ୟାଚ୍‌ ବାତିଲ ହୋଇଥିଲା।

ଓଡ଼ିଶା ଦଳ: ଶୁଭ୍ରା˚ଶୁ ସେନାପତି (ଅଧିନାୟକ), ସନ୍ଦୀପ ପଟ୍ଟନାୟକ, ସ୍ବସ୍ତିକ ସାମଲ, ଶାନ୍ତନୁ ମିଶ୍ର, ଦେବାଶିଷ ସାମନ୍ତରାୟ, ଅଭିଷେକ ଯାଦବ, ଅଭିଷେକ ରାଉତ, ଗୋବିନ୍ଦ ପୋଦ୍ଦାର, ସୂର୍ଯ୍ୟକାନ୍ତ ପ୍ରଧାନ, ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ପ୍ରୟାସ ସି˚ହ, ସୁଜିତ ଲେଙ୍କା, ପପୁ ରାଏ, ଦୀପକ ବେହେରା।

ସମ୍ବନ୍ଧିତ ଖବର