ସଫ୍‌ଟ ଟେନିସ୍‌ ମାଷ୍ଟର କପ୍‌ ପାଇଁ ଓଡ଼ିଶା ଦଳର ଦିଲ୍ଲୀ ଯାତ୍ରା

0 9

ଭୁବନେଶ୍ୱର: ଦିଲ୍ଲୀର ନୋଏଡାରେ ଆସନ୍ତା ୨୮ ଓ ୨୯ ତାରିଖ ଦୁଇ ଦିନ ଧରି ଆୟୋଜିତ ହେବାକୁ ଯାଉଛି ସଫ୍‌ଟ ଟେନିସ୍‌ ମାଷ୍ଟର କପ୍‌। ଏଥିରେ ଭାଗ ନେବା ପାଇଁ ୧୧ ଜଣିଆ (୫ ପୁରୁଷ ଓ ୬ ମହିଳା) ଓଡ଼ିଶା ଦଳ ଗୁରୁବାର ଏଠାରୁ ଦିଲ୍ଲୀ ଯାତ୍ରା କରିଛି। ପୁରୁଷ ଦଳରେ ଅଜିତ୍‌ ସବାର, ଲଛମନ୍‌ ମିନାକା, କୁନାଲ ବିଶ୍ୱାଳ, ମହମ୍ମଦ ଅନ୍‌ସାର ଉଲ୍‌ ହକ୍‌, ବଳଦେବ କିଶାନ୍‌ ଏବଂ ମହିଳା ଦଳରେ ଲିସା ଜୁଲୁଣ୍ଡି, ସ୍ନେହଲତା ସିଂହ, କରିସ୍ମା କିଶାନ୍‌, ମିନାରାଣୀ ସାହୁ, ରିଙ୍କି ମିନିଜୀ ଓ କୁମାରୀ ହିମିରିକା ସାମିଲ ଅଛନ୍ତି। ପ୍ରଶିକ୍ଷକ ଭାବେ ମହମ୍ମଦ ଆଜମ୍‌ ଦଳ ସହ ଯାତ୍ରା କରିଛନ୍ତି। ଓଡ଼ିଶା ସଫ୍‌ଟ ଟେନିସ୍‌ ସଂଘର ସାଧାରଣ ସଂପାଦକ ମହମ୍ମଦ ଆଜମ୍‌, କିସ୍‌ର କ୍ରୀଡ଼ା ଅଧିକାରୀ ରୁଦ୍ରକେଶ ଜେନା, ମୁଖ୍ୟ ଉପଦେଷ୍ଟା ମନୋରଞ୍ଜନ ମହାନ୍ତି, କିଟ୍‌ ଓ କିସ୍‌ର କ୍ରୀଡ଼ା ନିର୍ଦେଶକ ଡ. ଗଗନେନ୍ଦୁ ଦାସ, ଶ୍ରୀରାମ ଦାସ, ମନୋରଞ୍ଜନ ମହାପାତ୍ର, ରଞ୍ଜନ କୁମାର ନନ୍ଦ, ନବରଞ୍ଜନ ପଟ୍ଟନାୟକ, ବିଶ୍ୱଜିତ୍‌ ସ୍ୱାଇଁ ଓ ଶକ୍ତିରଞ୍ଜନ ମହାନ୍ତି ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.