୩୨ ପଦକ ସହ ଓଡ଼ିଶା ତୃତୀୟ 

ଜାତୀୟ ତାଏକୋଣ୍ଡୋ

ଭଦ୍ରକ: କୋଲକାତାର ଇଡ଼େନଗାର୍ଡେର୍ନସ୍ଥିତ ସହିଦ ଖୁଦିରାମ ଇନ୍‌ଡୋର୍‌ ହଲରେ ତାଏକୋଣ୍ଡୋ ଫେଡେରେସନ ଅଫ୍‌ ଇଣ୍ଡିଆ ଆନୁକୂଲ୍ୟରେ ଆୟୋଜିତ ୩୭ତମ ଜାତୀୟ ତାଏକୋଣ୍ଡୋ ପ୍ରତିଯୋଗିତା ଗୁରୁବାର ଶେଷ ହୋଇଛି। ଏହି ପ୍ରତିଯୋଗିତାରେ ଓଡ଼ିଶା କ୍ରୀଡ଼ାବିତ୍‌ମାନେ ବିପୁଳ ସଫଳତା ହାସଲ କରିଛନ୍ତି। ଓଡ଼ିଶା ୮ ସ୍ୱର୍ଣ୍ଣ, ୮ ରୌପ୍ୟ ଓ ୧୨ଟି କାଂସ୍ୟ ପଦକ ଜିତି ତୃତୀୟ ସ୍ଥାନ ଅଧିକାର କରିଛି। ଦଳର ସ୍ୱର୍ଣ୍ଣ ପଦକ ବିଜେତା ମାନେ ହେଲେ ସୋନାଲିକା ମୁନ୍ନୀ, ଅଭ୍ରିକା ପାଣିଗ୍ରାହୀ, ଶୁଭଲକ୍ଷ୍ମୀ ଜେନା, ସାନିକା ପାଣିଗ୍ରାହୀ, ବୈଷ୍ଣବୀ କୀର୍ତ୍ତି, ମାନସ କୁମାର ସିଂ, ପ୍ରଶାନ୍ତ ସିଂ ଓ ଶରତ ମଢୁଆଳ। ରୌପ୍ୟ ପଦକ ବିଜେତା ମାନେ ହେଲେ ଇତିସ୍ମିତା ଚୌଧୁରୀ, ଶୁଚିସ୍ମିତା ବେହେରା, ପ୍ରିୟଦର୍ଶିନୀ ନାୟକ, ଟି. ଦିଲ୍ଲୀପ କୁମାର, ଜୟଜଗଦୀଶ ବେହେରା, ପ୍ରଦ୍ୟୁଷ କୁମାର, ଦିଲ୍ଲୀପ କୁମାର ବେହେରା ଓ ସୋହମ୍‌ ସାହୁ। ସେହିପରି କାଂସ୍ୟ ବିଜେତା ମାନେ ହେଲେ ବୈଷ୍ଣବୀ ବେହେରା, କଲ୍ୟାଣୀ କାନନ୍‌, କରିସ୍ମା ରାଉତ, ସ୍ମତିରେଖା ମାହାକ୍‌, କଲ୍ୟାଣୀ ବେହେରା, ରିଷିିକେଶ ନାୟକ, ଅସିତ ପ୍ରଧାନ, ଶୁଭମ ବେହେରା, ରମେଶ ପୁହାଣ, ପଦ୍ମଲୋଚନ ସିଂ, ମହେଶ ପଟ୍ଟନାୟକ ଓ ରାଜେନ୍ଦ୍ର ବେହେରା। ଉଦଯାପନ ଉତ୍ସବରେ ଓଡ଼ିଶାର ପ୍ରଶିକ୍ଷକ ତଥା ‘ତାଓ’ ଯୁଗ୍ମ ସମ୍ପାଦକ ଅଧ୍ୟାପକ ଯୋଗେଶ୍ୱର ମହନ୍ତଙ୍କୁ ଦଳଗତ ତୃତୀୟ ସ୍ଥାନ ନିମନ୍ତେ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ପ୍ରବନ୍ଧକ ସଂଗ୍ରାମ ତ୍ରିପାଠୀଙ୍କୁ ଦେଶର ସବୁଠୁ ଶୃଙ୍ଖଳିତ ଦଳ ଭାବେ ଟ୍ରଫି ପ୍ରଦାନ କରାଯାଇଥିଲା। ‘ତାଓ’ ସମ୍ପାଦକ ରବିନାରାୟଣ ପାଣିଗ୍ରାହୀଙ୍କ ନେତୃତ୍ୱରେ ୪୧ଜଣ କ୍ରୀଡ଼ାବିତ୍‌ ୮ ରୁ ୧୦ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ତ୍ରିଦିବସୀୟ ଜାତୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ମନୋନୀତ ଆଦ୍ୟାଶା ଦାଶ ଓ ସତ୍ୟନାରାୟଣ ତ୍ରିପାଠୀ ବିଚରାକ ଦାୟିତ୍ୱ ସଫଳତାର ସହ ସମ୍ପାଦନ କରି ପ୍ରଶଂସିତ ହୋଇଥିଲେ। ‘ତାଓ’ ସଭାପତି ତଥା ଓସିଏ କାର୍ଯ୍ୟକାରୀ କମିଟି ମୁଖ୍ୟ ଧୀରେନ ପଲାଇ ଓ କାର୍ଯ୍ୟକାରୀ ସଭାପତି ଅଧ୍ୟାପକ ବିଜୟ କୁମାର ଜେନା ସମସ୍ତ ପଦକ ବିଜେତା ଓ ଓଡ଼ିଶା ଦଳର ସଦସ୍ୟମାନଙ୍କୁ ଅଭିନନ୍ଦନ ଓ ପ୍ରଶଂସା ଜଣାଇଛନ୍ତି।

ସମ୍ବନ୍ଧିତ ଖବର