ଓଡ଼ିଶା ୩-୦ରେ ହରିଆନାକୁ ପରାସ୍ତ କଲା: ଜାତୀୟ ଟେନିକଏଟ୍‌ ପ୍ରତିଯୋଗିତା ଉଦ୍‌ଘାଟିତ

କଟକ: ଓଡ଼ିଶା ପେସାଦାର ଟେନିକଏଟ୍‌ ସଂଘ ଆନୁକୂଲ୍ୟରେ ଜବାହାରଲାଲ୍‌ ନେହେରୁ ଇନ୍‌ଡୋର୍‌ ଷ୍ଟାଡିୟମରେ ୪୨ତମ ଜାତୀୟ ବରିଷ୍ଠ ଟେନିକଏଟ୍‌ ପ୍ରତିଯୋଗିତା ରବିବାର ଉଦ୍‌ଘାଟିତ ହୋଇଛି। ଉଦ୍‌ଘାଟନୀ ଦିବସରେ ଓଡ଼ିଶା ପୁରୁଷ ଦଳ ପ୍ରଥମ ମ୍ୟାଚରେ ହରିୟାଣାକୁ ୩-୦ରେ ପରାସ୍ତ କରିଛି। ୨୪ରାଜ୍ୟରୁ ୪୫୦ରୁ ଉର୍ଦ୍ଧ୍ୱ ପୁରୁଷ ଓ ମହିଳା ଖେଳାଳି ପ୍ରତିଯୋଗିତାରେ ଭାଗ ନେଇଛନ୍ତି। ରବିବାର ସଂଧ୍ୟାରେ ହୋଇଥିବା ଉଦ୍‌ଘାଟନୀ ସମାରୋହରେ ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତା ଉଦ୍‌ଘାଟନ କରିଥିଲାବେଳେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସଂଘ ସଭାପତି ଅମର ପ୍ରସାଦ ଶତପଥୀ, ସଂପାଦକ ଶ୍ରୀକାନ୍ତ କୁମାର ସିହ୍ନା, ସଂଗଠନ ସଂପାଦକ ଗୋଲକ ଚନ୍ଦ୍ର ନାୟକ, କୋଷାଧ୍ୟକ୍ଷ ପି.କେ. ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇଥିଲେ। ୨୩ ତାରିଖରେ ପ୍ରତିଯୋଗିତା ଉଦ୍‌ଯାପିତ ହେବ।

ସମ୍ବନ୍ଧିତ ଖବର