ଅନ୍ତର୍ଜାତୀୟ ଟା‌ଏକୋଣ୍ଡୋରେ ଓଡ଼ିଶାକୁ ଆଉ ୭ ପଦକ

ଭୁବନେଶ୍ବର: ନୂଆଦିଲ୍ଲୀର ତାଲକୋଟରା ଷ୍ଟାଡିୟମରେ ଗୁରୁବାରଠାରୁ ଆରମ୍ଭ ‌ହୋଇଥିବା ଏମ୍‌କେ ଅନ୍ତର୍ଜାତୀୟ ତାଏକୋଣ୍ଡୋ ପ୍ରତିଯୋଗିତାର ଦ୍ବିତୀୟ ଦିବସରେ ଓଡ଼ିଶାକୁ ଆଉ ୭ ପଦକ ମିଳିଛି। ଅମିତ ରାୟ, ଲଭଲିନ୍ ପଟ୍ଟନାୟକ, ଆର୍ଯ୍ୟନ୍ ପଟ୍ଟନା‌ୟକ, ପୀୟୁଷ ଅଂଶୁମାନ କାଂସ୍ୟ ଜିତିଥିଲା ବେଳେ ଆଶୁତୋଷ ଦାଶ, ସଚ୍ଚି ନନ୍ଦନ ପଟ୍ଟନାୟକ ଓ ପ୍ରିୟଙ୍କା ମହାପାତ୍ର ରୌପ୍ୟ ପଦକ ପାଇଛନ୍ତି। ପ୍ରଥମ ଦିନରେ ଓଡ଼ିଶା ୪ ସ୍ବର୍ଣ୍ଣ ସହ ୯ ପଦକ ଜିତିଥିଲା। ସେମାନେ ହେଲେ ତନୁଷ୍କା ସିଂହ, ସ୍ବାଗତିକା ଦାସ, ଆଦ୍ୟାଶା ପଟ୍ଟନାୟକ (ସ୍ବର୍ଣ୍ଣ), ଉନ୍ନତି ଦେବୀ (ସ୍ବର୍ଣ୍ଣ ଓ କାଂସ୍ୟ), ସାଲୋନି ପରିଡ଼ା, ଅଦିତି ମିଶ୍ର (ରୌପ୍ୟ), ପ୍ରବୀର କୁମାର ନାୟକ, ଲଭଲିନ ପଟ୍ଟନାୟକ (କାଂସ୍ୟ)। ଏହି ତିନି ଦିନିଆ ପ୍ରତିଯୋଗିତାର ପ୍ରଥମ ଦୁଇ ଦିନରେ ଓଡ଼ିଶାକୁ ମୋଟ ୧୬ ପଦକ ମିଳିଛି। ସୂଚନାଯୋଗ୍ୟ ଯେ ଓଡ଼ିଶାରୁ ଏଥିରେ ୪୭ ପ୍ରତିଯୋଗୀ ଅଂଶ ଗ୍ରହଣ କରିଛନ୍ତି। ରବିବାର ଶେଷ ହେବାକୁ ଥିବା ଏହି ପ୍ରତିଯୋଗିତାରେ ୧୨ ଦେଶର ପ୍ରତିଯୋଗୀ ଅଂଶଗ୍ରହଣ କରୁଛନ୍ତି।

ସମ୍ବନ୍ଧିତ ଖବର