ପୂର୍ବାଞ୍ଚଳ କନିଷ୍ଠ ଦୌଡ଼କୁଦ: ଦ୍ବିତୀୟ ଦିନରେ ଓଡ଼ିଶାକୁ ୮ ସ୍ବର୍ଣ୍ଣ

୪୮ ପଦକ ସହ ଓଡ଼ିଶା ତୃତୀୟ

କଟକ: ରାଞ୍ଚିରେ ଶେଷ ହୋଇଥିବା ପୂର୍ବାଞ୍ଚଳ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତାରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଲା। ପଶ୍ଚିମବଙ୍ଗ ଦଳଗତ ବିଜେତା ହୋଇଥିଲା ବେଳେ ଝାଡ଼ଖଣ୍ତକୁ ଦ୍ବିତୀୟ ସ୍ଥାନ ମିଳିଛି। ଦ୍ବିତୀୟ ଦିନ ଓଡ଼ିଶା ୮ ସ୍ବର୍ଣ୍ଣ ସହ ମୋଟ ୨୫ ପଦକ ପାଇଛି। ଫଳରେ ଦୁଇ ଦିନରେ ଓଡ଼ିଶା କ୍ରୀଡ଼ାବିତ୍‌ମାନେ ୧୩ ସ୍ବର୍ଣ୍ଣ, ୨୪ ରୌପ୍ୟ ଓ ୧୧ କା˚ସ୍ୟ ପଦକ ସହ ମୋଟ ୪୮ ପଦକ ପାଇଛନ୍ତି। ପ୍ରଥମ ଦିନ ଓଡ଼ିଶାକୁ ୫ ସ୍ବର୍ଣ୍ଣ, ୧୨ ରୌପ୍ୟ ଓ ୬ କା˚ସ୍ୟ ପଦକ ମିଳିଥିଲା। ଦ୍ବିତୀୟ ଦିନ ୨୦ ବର୍ଷରୁ କମ୍‌ ବାଳକ ୧୦ ହଜାର ମିଟର ଚାଲିରେ କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ, ୪୦୦ ମିଟର ବାଧାଦୌଡ଼ରେ ସାହିଲ କିରୋ, ୧୮ ବର୍ଷରୁ କମ୍‌ ବାଳିକା ହାମର ଥ୍ରୋରେ ସ୍ବେତଲିନା ନାୟକ, ୨୦୦ ମିଟର ଦୌଡ଼ରେ ସୁଖୀ ବାସ୍କେ, ୨୦ ବର୍ଷରୁ କମ୍‌ ବାଳିକା ୨୦୦ ମିଟର ଦୌଡ଼ରେ ଦୀପାଳି ମହାପାତ୍ର, ୧୮ ବର୍ଷରୁ କମ୍‌ ବାଳକ ୮୦୦ ମିଟର ଦୌଡ଼ରେ ଦିଲ୍ଲୀପ ନାଏକ, ୧୬ ବର୍ଷରୁ କମ୍‌ ବାଳିକା ପେଣ୍ଟାଥଲନ୍‌ରେ ସବିତା ଟପ୍ପୋ, ୧୬ ବର୍ଷରୁ କମ୍‌ ବାଳକ ୮୦୦ ମିଟର ଦୌଡ଼ରେ ସୁରେନ୍ଦ୍ର ଖରା ସ୍ବର୍ଣ୍ଣ ପଦକ ଜିତିଛନ୍ତି।

ସେହିପରି ୧୪ ବର୍ଷରୁ କମ୍‌ ବାଳକ ଟ୍ରାଇଥଲନ୍‌ରେ ରାଜେନ୍ଦ୍ର ସିଦ୍ଧୁ, ୧୬ ବର୍ଷରୁ କମ୍‌ ବାଳିକା ଲମ୍ବଡିଆଁରେ କାଜଲ ମାଝୀ, ୨୦୦ ମିଟର ଦୌଡ଼ରେ ମେରି ମୁକ୍ତା ସୋରେଙ୍ଗ, ୨୦ ବର୍ଷରୁ କମ୍‌ ବାଳିକା ୪୦୦ ମିଟର ବାଧାଦୌଡ଼ରେ ଅଞ୍ଜଳି ବାର୍ଲା, ୧୦ ହଜାର ମିଟର ଚାଲିରେ ପ୍ରିୟଙ୍କା ମହାଳିକ, ୧୮ ବର୍ଷରୁ କମ୍‌ ବାଳିକା ଲମ୍ବଡିଆଁରେ ମନୀଷା ମେରେଲ, ଉଚ୍ଚ ଡିଆଁରେ ମୋନିକା କୁଜୁର, ୮୦୦ ମିଟର ଦୌଡ଼ରେ ବବିତା ସାନ୍ତା, ଜାଭେଲିନ୍‌ରେ ଧନମତି ଖେସ୍‌, ୨୦ ବର୍ଷରୁ କମ୍‌ ବାଳିକା ୫ ହଜାର ମିଟର ଦୌଡ଼ରେ ଶ୍ବେତା କୁଜୁର, ୨୦ ବର୍ଷରୁ କମ୍‌ ବାଳକ ୫ ହଜାର ମିଟର ଦୌଡ଼ରେ ଭୀମସେନ ଜାନ୍‌କା, ୧୬ ବର୍ଷରୁ କମ୍‌ ବାଳକ ୮୦୦ ମିଟର ଦୌଡ଼ରେ ବଳଭଦ୍ର ଭାତ୍ରା, ୧୮ ବର୍ଷରୁ କମ୍‌ ବାଳିକା ମିଡ୍‌ଲେ ରିଲେରେ ମଧୁମିତା ଦେବ, ସୁଖୀ ବାସ୍କେ, ବବିତା ସାନ୍ତା, ଧନମତୀ ଖେସ୍‌ଙ୍କ ଯୋଡ଼ି ଏବ˚ ୧୮ ବର୍ଷରୁ କମ୍‌ ଗ୍ରୁପ୍‌ରେ ୪ ଗୁଣା ୪୦୦ ମିଟର ମିକ୍ସଡ ରିଲେରେ ବବିତା ସାନ୍ତା, ମନୋଜ ଓରାମ, ସୁଖୀ ବାସ୍କେ, ଦିଲ୍ଲୀପ ନାଏକଙ୍କ ଯୋଡ଼ି ରୌପ୍ୟ ପଦକ ପାଇଥିଲେ।

ଏହାଛଡ଼ା ୨୦ ବର୍ଷରୁ କମ୍‌ ବାଳକ ହାମର ଥ୍ରୋରେ ଅଭିଷେକ ପଣ୍ତା, ୨୦ ବର୍ଷରୁ କମ୍‌ ବାଳିକା ଜାଭେଲିନ୍‌ରେ ପ୍ରିୟଙ୍କା ଟପ୍ପୋ, ୧୬ ବର୍ଷରୁ କମ୍‌ ବାଳିକା ମିଡ୍‌ଲେ ରିଲେରେ ସୁସ୍ମିତା ଟିଗା, ମେରି ମୁକ୍ତା ସୋରେଙ୍ଗ, ସବିତା ଟପ୍ପୋ, ସ୍ବର୍ଣ୍ଣଲତା ଶର୍ମା, ୧୬ ବର୍ଷରୁ କମ୍‌ ବାଳକ ମିଡ୍‌ଲେ ରିଲେରେ ଲାଖନ ମୁର୍ମୁ, ସୁରେନ୍ଦ୍ର ଖରା, ବଳଭଦ୍ର ଭାତ୍ରା, ସିଦ୍ଧାନ୍ତଙ୍କ ଭୂୟାଁଙ୍କ ଯୋଡ଼ି ଏବ˚ ୨୦ ବର୍ଷରୁ କମ୍‌ ଗ୍ରୁପ୍‌ରେ ୪ ଗୁଣା ୪୦୦ ମିଟର ମିକ୍ସଡ ରିଲେରେ ଶୋଭାରାଣୀ ତିର୍କି, ବିଜୟ ଖାଲ୍‌କୋ, ବିପ୍ଲବିନୀ ସା, ଭୀମସେନ ଜାନ୍‌କାଙ୍କ ଯୋଡ଼ି କା˚ସ୍ୟ ପଦକ ଜିତିଥିଲେ।

ସମ୍ବନ୍ଧିତ ଖବର