ପୂର୍ବାଞ୍ଚଳ ବାସ୍କେଟବଲ୍‌ରେ ଓଡ଼ିଶା ବିଜେତା

ବ୍ରହ୍ମପୁର: କୋଲକାତାରେ ଅନୁଷ୍ଠିତ ଜାତୀୟ ପୂର୍ବାଞ୍ଚଳ ବାସ୍କେଟବଲ୍ ପ୍ରତିଯୋଗିତାରେ ଓଡ଼ିଶା ପୁରୁଷ ଦଳ ବିଜେତା ହୋଇଛି। ଫାଇନାଲରେ ଆୟୋଜକ ପଶ୍ଚିମବଙ୍ଗକୁ ୭୫-୫୮ପଏଣ୍ଟରେ ପରାସ୍ତ କରି ରାଜ୍ୟଦଳ ଏହି ଅନନ୍ୟ ସଫଳତା ହାସଲ କରିଛି। ଗତ ମାସ ୨୮ରୁ ୩୧ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ମୋଟ ୬ଟି ରାଜ୍ୟ ଅଂଶ ଗ୍ରହଣ କରିଥିଲେ। ଲିଗ୍‌ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍‌ରେ ଓଡ଼ିଶା ୬୩-୫୨ପଏଣ୍ଟରେ ମିଜୋରମ୍‌କୁ ଏବଂ ଦ୍ବିତୀୟରେ ୬୫-୨୨ପଏଣ୍ଟରେ ସିକିମ୍‌କୁ ପରାସ୍ତ କରିଥିଲା। ସେମିଫାଇନାଲରେ ଆସାମ୍‌କୁ ୭୯-୨୪ ପଏଣ୍ଟରେ ପରାସ୍ତ କରି ଫାଇନାଲ୍‌ରେ ପ୍ରବେଶ କରିଥିଲା। ପ୍ରଶିକ୍ଷକ ତଥା ବରି‌ଷ୍ଠ ବାସ୍କେଟବଲ୍‌ ଖେଲାଳି ଜେ.କାମେଶ୍ବର ରାଓ ଏବଂ ପ୍ରବନ୍ଧକ ଭାବେ ସୁକାନ୍ତ ବେହେରାଙ୍କ ମାର୍ଗଦର୍ଶନରେ ଓଡ଼ିଶାର ୧୨ଜଣିଆ ଦଳ ବିଜେତା ଆଖ୍ୟା ଅର୍ଜନ କରିଥିଲା।

ସମ୍ବନ୍ଧିତ ଖବର