୨୩ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ୍‌ରେ ଓଡ଼ିଶାର ଯୁଗଳ ବିଜୟ

୨୩ ବର୍ଷରୁ କମ୍‌ ଦିନିକିଆ : ବିଶ୍ବଜିତଙ୍କ ୫ ଵିକେଟ୍‌ରେ ହାରିଲା ଗୋଆ
କଟକ : ଡେରାଡୁନ୍‌ରେ ଚାଲିଥିବା ୨୩ ବର୍ଷରୁ କମ୍‌ ପୁରୁଷ ଦିନିକିଆ କ୍ରିକେଟ୍‌ରେ ଓଡ଼ିଶା ବିଜୟୀ ହୋଇଛି। ବୁଧବାର ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଓଡ଼ିଶା ୪ ଵିକେଟରେ ଗୋଆକୁ ହରାଇଛି। ଟସ୍‌ ଜିତି ଗୋଆ ବ୍ୟାଟି˚ କରିଥିଲା ବେଳେ ଓଡ଼ିଶା ସମ୍ମୁଖରେ ୧୧୬ ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ବିଶ୍ବଜିତ ମଲ୍ଲିକ ୫ ଵିକେଟ ଅକ୍ତିଆର କରିଥିଲେ। ସେ ତାଙ୍କର ୮.୧ ଓଭରରେ ୨୮ ରନ୍‌ ବ୍ୟୟ କରି ୫ ଵିକେଟ ଅକ୍ତିଆର କରିଥିଲେ। ତାଙ୍କ ବ୍ୟତୀତ ପ୍ରୀତ୍‌ ସି˚ହ ଚୌହାନ୍‌ ୩ ଓ ରାହୁଲ ଚୌଧୁରୀ ୨ ଵିକେଟ୍‌ ନେଇଥିଲେ। ଗୋଆର କାଶ୍ୟପ ବାଖଲେ ୩୮ ଓ ରୋହିତ ନାଏକ ୨୩ ରନ୍‌ କରିଥିଲେ। ୧୧୬ ରନ୍‌ର ଲକ୍ଷ୍ୟକୁ ଓଡ଼ିଶା ୬ ଵିକେଟ ବିନିମୟରେ ୩୫.୩ ଓଭରରେ ହାସଲ କରିଥିଲା। ସ୍ବସ୍ତିକ ସାମଲ ଅପରାଜିତ ୪୩ ରନ୍‌ କରି ଦଳକୁ ଜିତାଇବାରେ ଅନ୍ୟତମ ଭୂମିକା ନେଇଥିଲେ। ୧୭ ତାରିଖରେ ଓଡ଼ିଶା ନିଜର ଶେଷ ମ୍ୟାଚ୍‌ରେ ହାଇଦ୍ରାବାଦକୁ ଭେଟିବ।

୨୩ ବର୍ଷରୁ କମ୍‌ ମହିଳା ଟ୍ବେଣ୍ଟି-୨୦ : ଛତିଶଗଡ଼କୁ ହରାଇଲେ ମହିଳା
କଟକ : ଗୁଣ୍ଟୁରରେ ଚାଲିଥିବା ୨୩ ବର୍ଷରୁ କମ୍‌ ମହିଳା ଟ୍ବେଣ୍ଟି-୨୦ କ୍ରିକେଟରେ ଓଡ଼ିଶା ଦ୍ବିତୀୟ ମ୍ୟାଚ୍‌ରେ ବିଜୟୀ ହୋଇଛି। ପ୍ରଥମ ମ୍ୟାଚ୍‌ରେ ବେଙ୍ଗଲଠୁ ୩ ଵିକେଟରେ ପରାସ୍ତ ହେବା ପରେ ଓଡ଼ିଶା ପ୍ରଥମ ବିଜୟ ପାଇଛି। ଆର‌୍‌ଭିଆର‌୍‌ ଆଣ୍ତ ଜେସି କଲେଜ ପଡ଼ିଆରେ ଅନୁଷ୍ଠିତ ବୁଧବାର ମ୍ୟାଚ୍‌ରେ ଓଡ଼ିଶା ୧୯ ରନ୍‌ରେ ଛତିଶଗଡ଼କୁ ହରାଇଛି। ଟସ୍‌ ଜିତି ବ୍ୟାଟି˚ ନେଇଥିବା ଓଡ଼ିଶା ୮ ଵିକେଟ ବିନିମୟରେ ୧୨୩ ରନ୍‌ କରିଥିଲା। କାଜଲ ଜେନା ୩୦, ଶୁଭ୍ର ନିର୍ଝରିଣୀ ସ୍ବାଇଁ ୪୦ ରନ୍‌ କରିଥିବା ବେଳେ ଦେବିକା ବିଦ୍ୟା ୩, ଶିବାନୀ ଯାଦବ ୨ ଵିକେଟ ନେଇଥିଲେ। ତେବେ ୧୨୪ ରନ୍‌ର ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଛତିଶଗଡ଼ ନିର୍ଧାରିତ ଓଭରରେ ୭ ଵିକେଟ ହରାଇ ୧୦୪ ରନ୍‌ କରିପାରିଥିଲା। ମନପ୍ରୀତ ସି˚ହ ସର୍ବାଧିକ ୩୨ ଓ ୟଶି ପାଣ୍ତେ ୨୬ ରନ୍‌ର ପାଳି ଖେଳିଥିଲେ ବି ଦଳକୁ ପରାଜୟରୁ ରକ୍ଷା କରିପାରିନଥିଲେ। ବିଜୟୀ ଦଳର ଲୁଇସା ଦାଶ ୨, ତରନ୍ନା ପ୍ରଧାନ, ନିବେଦିତା ନାଏକ, ଅଞ୍ଜଳି ସି˚ହ ପ୍ରତ୍ୟେକ ଗୋଟିଏ ଲେଖାଏ ଵିକେଟ ନେଇଥିଲେ।

ସମ୍ବନ୍ଧିତ ଖବର