ଅଫ୍‌ ସାଇଡ୍‌: ପତ୍ନୀ ଓ ପିଲାଙ୍କ ମେଳରେ ଇଂଲଣ୍ଡ ଖେଳାଳିଙ୍କ ସାନ୍ତ୍ୱନା

ମସ୍କୋ: କ୍ରୋଏସିଆଠାରୁ ହୃଦୟ ବିଦାରକ ତଥା ଦୁଃଖଦ ପରାଜୟ ପରେ ଇଂଲଣ୍ଡ ଖେଳାଳିମାନେ ପତ୍ନୀ, ପ୍ରେମିକା ଏବଂ ପିଲାମାନଙ୍କ ଗହଣରେ ରହି ନିଜକୁ ସାନ୍ତ୍ୱନା ଦେଉଛନ୍ତି। ପରାଜୟ ପରେ ଏହି ଦଳର ଯୁବ ତାରକା ଡେଲେ ଆଲ୍ଲି ପ୍ରେମିକା ରୁବି ମାଏଙ୍କ ଗାଲରେ ଚୁମା ଦେଇ ତାଙ୍କୁ ଦୁଃଖରେ କୁଣ୍ଢାଇ ପକାଇଥିଲେ। ଫ୍ରିକ୍‌ରୁ ଗୋଲ୍‌ କରି ଇଂଲଣ୍ଡକୁ ଆଗୁଆ କରିଥିବା କିରନ ଟ୍ରିପିୟର ମଧ୍ୟ ଏହି ପରାଜୟକୁ ବିଶ୍ୱାସ କରି ପାରି ନଥିଲେ। ଝିଅକୁ ଗେଲ କରି ସେ ନିଜ ମନକୁ ବୁଝାଉଥିଲା ବେଳେ ପତ୍ନୀ ଚାର୍ଲୋଟ ଦର୍ଶକ ଷ୍ଟାଣ୍ଡରୁ ତାଙ୍କୁ ଲୋତକ ଭରା ଚକ୍ଷୁରେ ଏକ ଲୟରେ ଚାହିଁ ରହିଥିଲେ। ଗୋଲ୍‌ ରକ୍ଷକ ଜୋର୍ଡାନ ପିକଫୋର୍ଡଙ୍କୁ ତାଙ୍କ ପ୍ରେମିକା ଦର୍ଶକ ଷ୍ଟାଣ୍ଡରେ ସାନ୍ତ୍ୱନା ଦେଉଥିବା ଦେଖିବାକୁ ମିଳିଥିଲା। ରକ୍ଷଣଭାଗ ଖେଳାଳି କାଇଲ୍‌ ଓ୍ଵାକର ନିଜ କୋଳରେ ଝିଅକୁ ଧରିବା ସହ ପତ୍ନୀଙ୍କୁ ଆଲିଙ୍ଗନ କରି ମନ ଶାନ୍ତି କରିଥିଲେ। ହାରି ମ୍ୟାଗୁରେଙ୍କ ପରିବାର ଚାରପଟେ ରହି ତାଙ୍କୁ ବୁଝାଶୁଝା କରୁଥିବା ଦେଖିବାକୁ ମିଳିଥିଲା। ସେହିପରି ପ୍ରଶିକ୍ଷକ ଗ୍ୟାରେଥ୍‌ ସାଉଥଗେଟଙ୍କୁ ତାଙ୍କ ପତ୍ନୀ ଓ ଝିଅ ଅଭିବାଦନ କରିଥିଲେ।

ସମ୍ବନ୍ଧିତ ଖବର