ଅଲିମ୍ପିକ୍‌ ଯୋଗ୍ୟତା ଦ୍ବିତୀୟ ରାଉଣ୍ଡ୍‌:ବିଜୟରୁ ଭାରତର ଅଭିଯାନ

ମାଣ୍ଡାଲୟ, ୩ା୪: ଭାରତୀୟ ମହିଳା ଫୁଟ୍‌ବଲ୍‌ ଦଳ ଜାପାନର ଟୋକିଓରେ ହେବାକୁଥିବା ୨୦୨୦ ଅଲିମ୍ପିକ୍‌ ଯୋଗ୍ୟତା ଲାଗି ଗୋଟିଏ ପାଦ ଆଗକୁ ବଢ଼ାଇଛି। ବୁଧବାର ମିଆଁମାରର ମାଣ୍ଡାଲୟସ୍ଥିତ ମାଣ୍ଡାଲାରଥିରି ‌ଷ୍ଟାଡିୟମରେ ଖେଳାଯାଇଥିବା ଅଲିମ୍ପିକ୍‌ ଯୋଗ୍ୟତା ଦ୍ବିତୀୟ ରାଉଣ୍ଡ ଅନ୍ତର୍ଗତ ପ୍ରଥମ ମ୍ୟାଚ୍‌ରେ ଭାରତ ୨-୦ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଭାରତ ପକ୍ଷରୁ ଡାଙ୍ଗମେଇ ଗ୍ରେସ୍‌ (୨୭, ୬୭ ମିନିଟ୍‌) ଦୁଇଟିଯାକ ଗୋଲ୍‌ ଦେଇଥିଲେ। ପ୍ରଥମାର୍ଧର ୨୭ତମ ମିନିଟ୍‌ରେ ସଂଜୁଙ୍କ ଏକ ସୁନ୍ଦର ପାସ୍‌କୁ ଡାଙ୍ଗମେଇ ଗୋଲ୍‌ରେ ପରିଣତ କରି ଦଳକୁ ୧-୦ରେ ଆଗୁଆ କରିଥିଲେ। ଦ୍ବିତୀୟାର୍ଧର ସୁମିତ୍ରା କାମରାଜଙ୍କ ପାସ୍‌କୁ ‌ଡାଙ୍ଗମେଇ ଇଣ୍ଡୋନେସିଆ ଗୋଲ୍‌ପୋଷ୍ଟ୍‌କୁ ପଠାଇ ଦଳକୁ ବିଜୟ ନିକଟତର କରିବା ସହ ବ୍ୟକ୍ତିଗତ ଭାବେ ଯୁଗଳ ସଫଳତା ମୁଠାଇଥିଲେ। ଗ୍ରୁପ୍‌-ଏ’ରେ ସ୍ଥାନ ପାଇଥିବା ଭାରତ ଦ୍ବିତୀୟ ମ୍ୟାଚ୍‌ରେ ନେପାଳକୁ ୬ ତାରିଖରେ ଭେଟିବ।

ସମ୍ବନ୍ଧିତ ଖବର