ହକି ବିଶ୍ୱକପ୍‌କୁ ମିଳିଲା ଓଏମ୍‌ସିର ସହଯୋଗ

ଭୁବନେଶ୍ୱର: ଚଳିତ ବର୍ଷ ନଭେମ୍ବର ୨୮ରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ହକି ବିଶ୍ୱକପ୍‌କୁ ଓଡ଼ିଶା ଖଣି ନିଗମ (ଓଏମ୍‌ସି) ସହାୟତାର ହାତ ବଢ଼ାଇଛି। ଓଏମ୍‌ସି ଏହି ସମ୍ମାନଜନକ ପ୍ରତିଯୋଗିତାର ଅଫିସିଆଲ ପାର୍ଟନର ବା ଆନୁଷ୍ଠାନିକ ସହଯୋଗୀ ହୋଇଛି।  ଏଥିନେଇ ହକି ଇଣ୍ଡିଆ ଏବଂ ଓଏମ୍‌ସି ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହୋଇଛି। ବିଶ୍ୱକପ୍‌ ଆୟୋଜନରେ ଓଏମ୍‌ସି ସାମିଲ ହୋଇଥିବାରୁ ହକି ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଏଲିନା ନର୍ମାନ ଏଥିଲାଗି ସନ୍ତୋଷ ଜାହିର କରିଛନ୍ତି। ଏହା ଦ୍ୱାରା ହକି ଲାଭବାନ ହେବ ବୋଲି ସେ କହିଛନ୍ତିି।  ଭୁବନେଶ୍ୱରରେ ବିଶ୍ୱକପ୍‌ ଆୟେଜନ ଲାଗି ଓଏମ୍‌ସି ହକି ଇଣ୍ଡିଆକୁ ସବୁ ପ୍ରକାର ସମର୍ଥନ ଦେବ। ହକି ଖେଳକୁ ସମର୍ଥନ ଦେବା ଓଏମ୍‌ସି ଏବଂ ଓଡ଼ିଶା ସରକାରଙ୍କ ପାଇଁ ଗର୍ବର ବିଷୟ ବୋଲି ଏହି ରାଷ୍ଟ୍ରାୟତ କଂପାନିର ପରିଚାଳନା ନିର୍ଦେଶକ  ଆର ଭିନିଲକ୍ରିଷ୍ଣା କହିଛନ୍ତି।

ସମ୍ବନ୍ଧିତ ଖବର