ଓମାନ ୨୪ରେ ଆଉଟ୍‌

ଦୁବାଇ: ଲିଷ୍ଟ୍‌ ‘ଏ’ କ୍ରିକେଟ୍‌ରେ ଆଉ ଏକ ସର୍ବନିମ୍ନ ସ୍କୋର୍ ନଜରକୁ ଆସିଛି। ସ୍କଟଲାଣ୍ଡ୍ ବୋଲରମାନେ ମଙ୍ଗଳବାର ଓମାନ ଦଳକୁ ମାତ୍ର ୨୪ ରନ୍‌ରେ ଅଲ୍‌ ଆଉଟ୍ କରି ଦେଇଛନ୍ତି। ଲିଷ୍ଟ୍‌ ‘ଏ’ କ୍ରିକେଟ୍‌ରେ ଏହା ଚତୁର୍ଥ ସର୍ବନିମ୍ନ। ଏବେ ସର୍ବନିମ୍ନ କୀର୍ତିମାନ ୱେଷ୍ଟଇଣ୍ଡିଜ୍‌ ୧୯ ବର୍ଷରୁ କମ୍‌ ଦଳ (୧୮ ରନ୍, ୧୪.୩ ଓଭର ବନାମ ବାର୍ବାଡସ୍‌, ୨୦୦୭) ନାମରେ ରହିଛି। ଓମାନର ୨୪ ରନ୍‌ ଚତୁର୍ଥ ସ୍ଥାନରେ ରହିଛି। ବରିଷ୍ଠ ଅନ୍ତର୍ଜାତୀୟ ଦଳ ଭାବେ ଓମାନ କିନ୍ତୁ ପ୍ରଥମ ସ୍ଥାନରେ ରହିବ। ଦଳର ୫ ଜଣ ଖେଳାଳି ମଙ୍ଗଳବାର ଖାତା ‌ଖୋଲି ପାରିନଥିଲେ। ଖାୱାର ଅଲୀ ସର୍ବାଧିକ ୧୫ ରନ୍ କରିଥିଲେ। ପୂର୍ବରୁ ଓମାନ ୨୦୦୫ ମସିହାରେ ଆଇସିସି ଟ୍ରଫିର ଏକ ମ୍ୟାଚ୍‌ରେ ପପୁଆ ନ୍ୟୁ ଗିନି ବିପକ୍ଷରେ ମଧ୍ୟ ୪୧ ରନ୍ କରିଥିଲା।

ସମ୍ବନ୍ଧିତ ଖବର