ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳାରୁ ଝୁଲଣ ବାଦ୍‌: ଭାରତୀୟ ଦଳରେ ସୁକନ୍ୟା 

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳା ଲାଗି ମଙ୍ଗଳବାର ଭାରତୀୟ ମହିଳା ଦଳ ଘୋଷିତ ହୋଇଛି। ଗୋଇଠି ଯନ୍ତ୍ରଣା ପାଇଁ ଦ୍ରୁତ ବୋଲର ଝୁଲଣ ଗୋସ୍ୱାମୀ ଦଳରୁ ବାଦ୍‌ ପଡ଼ିଛନ୍ତି। ଏହି ସମସ୍ୟାରୁ ମୁକୁଳିବାକୁ ଝୁଲଣଙ୍କୁ ପାଖାପାଖି ୬ ସପ୍ତାହ ଲାଗିଯିବ। ତାଙ୍କ ସ୍ଥାନରେ ଦଳକୁ ୨୪ ବର୍ଷୀୟା ସିମ୍‌ ବୋଲିଂ ଅଲ୍‌ରାଉଣ୍ଡର ତଥା ଓଡ଼ିଆ ଝିଅ ସୁକନ୍ୟା ପରିଡ଼ା ଫେରିଛନ୍ତି। କୋଲ୍‌କାତାରେ ରହୁଥିବା ସୁକନ୍ୟା ଶେଷ ଥର ଲାଗି ୨୦୧୬ ନଭେମ୍ବରରେ ଜାତୀୟ ଦଳ ପକ୍ଷରୁ ଖେଳିଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଶୃଙ୍ଖଳାକୁ ୨-୧ ଏବଂ ଟେ୍ଵଣ୍ଟି-୨୦ ଶୃଙ୍ଖଳାକୁ ୩-୧ରେ ଜିତିଥିବା ଏହି ଦଳ ନିଜ ଘରୋଇ ମାଟିରେ ଅଷ୍ଟ୍ରେଲିଆ ବିପକ୍ଷରେ ୩ ଦିନିକିଆ ଖେଳିବ। ପ୍ରଥମ ମ୍ୟାଚ୍‌ ମାର୍ଚ ୧୨, ଦ୍ୱିତୀୟ ୧୫ ଏବଂ ତୃତୀୟ ୧୮ ତାରିଖରେ ଖେଳାଯିବ। ମିତାଲି ରାଜ୍‌ ଦଳର ଅଧିନାୟିକା ପଦ ବଜାୟ ରଖିଛନ୍ତି।
ଦଳ: ମିତାଲି ରାଜ (ଅଧିନାୟିକା), ହରମନ୍‌ପ୍ରୀତ କୌର, ସ୍ମୃତି ମାନ୍ଧାନା, ପୂନମ ରାଉତ, ଜେମିମା ରୋଦ୍ରିଗୁଏଜ୍‌, ଭେଦା କୃଷ୍ଣମୂର୍ତ୍ତି, ମୋନା ମେଶ୍ରମ, ସୁଷମା ବର୍ମା, ଏକତା ବିସ୍ତ, ପୂନମ ଯାଦବ, ରାଜେଶ୍ୱରୀ ଗାଏକ୍ୱାଡ୍‌, ଶିଖା ପାଣ୍ଡେ, ସୁକନ୍ୟା ପରିଡ଼ା, ପୂଜା ବସ୍ତ୍ରାକାର, ଦୀପ୍ତି ଶର୍ମା।

ସମ୍ବନ୍ଧିତ ଖବର