ତିନିଦିନିଆ ମହିଳା କ୍ରିକେଟ୍‌:ପୂର୍ବାଞ୍ଚଳ ଦଳରେ ୪ ଓଡ଼ିଆ, ସୁଶ୍ରୀ ଉପ ଅଧିନାୟିକା

କଟକ: ଓଡ଼ିଶାର ସୁଶ୍ରୀ ଦିବ୍ୟଦର୍ଶିନୀ, ମାଧୁରୀ ମେହେଟ୍ଟା, ମଧୁସ୍ମିତା ବେହେରା ଓ ପ୍ରିୟଙ୍କା ପ୍ରିୟଦର୍ଶିନୀ କେରଳରେ ହେବାକୁଥିବା ତିନିଦିନିଆ ମହିଳା ପ୍ରତିଯୋଗିତା ପାଇଁ ପୂର୍ବାଞ୍ଚଳ ଦଳରେ ସ୍ଥାନ ପାଇଛନ୍ତି। କେରଳରେ ଆସନ୍ତା ୧୮ରୁ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଏହି ଅନ୍ତଃ ଜୋନ୍‌ ମହିଳା କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିପାଇଁ କୋଲକାତା ଇଡେନ୍‌ ଗାର୍ଡେନ୍‌ସ୍ଥିତ ଡକ୍ଟର ବି.ସି.ରୟ କ୍ଲବ୍‌ ହାଉସଠାରେ ପୂର୍ବାଞ୍ଚଳ ଦଳ ଚୟନ ହୋଇଥିଲା। ବେଙ୍ଗଲର ପରୋମିତା ରଏଙ୍କୁ ଦଳର ଅଧିନାୟିକା ଚୟନ କରାଯାଇଥିଲାବେଳେ ସୁଶ୍ରୀଙ୍କୁ ଉପ ଅଧିନାୟିକା ଦାୟିତ୍ୱ ଦିଆଯାଇଛି। ଦଳରେ ବେଙ୍ଗଲରୁ ୪, ତ୍ରିପୁରାରୁ ୩, ଆସାମରୁ ୧, ଝାଡ଼ଖଣ୍ଡରୁ ୩ଜଣ ଖେଳାଳି ସ୍ଥାନ ପାଇଛନ୍ତି। ପ୍ରତିଯୋଗିତାରେ ପୂର୍ବାଞ୍ଚଳ ୧୮ ତାରିଖରେ ଉତ୍ତରାଞ୍ଚଳକୁ, ୨୨ରେ କେନ୍ଦ୍ରାଞ୍ଚଳକୁ, ୩୦ରେ ପଶ୍ଚିମାଞ୍ଚଳ, ଏପ୍ରିଲ ୩ରେ ଦକ୍ଷିଣାଞ୍ଚଳ ସହିତ ମ୍ୟାଚ ଖେଳିବ।
ପୂର୍ବାଞ୍ଚଳ ଦଳ: ପରୋମିତା ରଏ (ଅଧିନାୟିକା), ତନୁଶ୍ରୀ ସରକାର, ଅପର୍ଣ୍ଣା ମଣ୍ଡଳ, ସାଇକା ଇସାକ୍‌, ମଉଚଇତି ଦେବନାଥ, ମୌତୁସୀ ଦେ, ଇନ୍ଦ୍ରାଣୀ ଜମାଟିଆ, ସୁଶ୍ରୀ ଦିବ୍ୟଦର୍ଶିନୀ, ମାଧୁରୀ ମେହେଟ୍ଟା, ମଧୁସ୍ମିତା ବେହେରା, ପ୍ରିୟଙ୍କା ପ୍ରିୟଦର୍ଶିନୀ, ମୋନିକା ଦାସ, ଶାନ୍ତି କୁମାରୀ, ଦିବ୍ୟାନୀ ପ୍ରସାଦ, ପ୍ରିୟଙ୍କା ସବାଇୟାଁ।

ସମ୍ବନ୍ଧିତ ଖବର