ରୋହିତଙ୍କ ଛକାରେ ଆହତ ହେଲେ ଯୁବତୀ, ପରେ ଅଟୋଗ୍ରାଫ ସହ ଟୋପି ଦେଲେ ରୋହିତ

ବର୍ମିଙ୍ଗହାମ: ଆଇସିସି କ୍ରିକେଟ ବିଶ୍ୱକପର ମଙ୍ଗଳବାର ମ୍ୟାଚରେ ବାଂଲାଦେଶକୁ ୨୮ ରନରେ ପରାସ୍ତ କରିଛି ଟିମ ଇଣ୍ଡିଆ | ଏହି ମ୍ୟାଚରେ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଶତକ ହାସଲ କରିଥିବାବେଳେ ସେମିଫାଇନାଲରେ ପ୍ରବେଶ କରିଛି ଭାରତ | ରୋହିତ ୯୨ଟି ବଲରେ ୧୦୪ ରନ କରିଥିଲେ | ରୋହିତ ୬ଟି ଚଉକା ଓ ୫ଟି ଛକା ମଧ୍ୟ ମାରିଥିଲେ | ତେବେ ରୋହିତଙ୍କର ଗୋଟିଏ ଛକାରେ ଖେଳ ଦେଖିବାକୁ ଆସିଥିବା ଜଣେ ଭାରତୀୟ ପ୍ରଶଂସକ ଆହତ ହୋଇଥିଲେ |

ପରେ ମ୍ୟାଚ ପରେ ରୋହିତ ଏ ବାବଦରେ ଜାଣିବାକୁ ପାଇଥିଲେ | ସେ ଯୁବତୀଙ୍କୁ କ୍ଷମା ମାଗିବା ସହ ନିଜର ଟୋପିକୁ ଉପହାର ଭାବେ ଯୁବତୀଙ୍କୁ ଦେଇଥିଲେ | ଏହି ଟୋପିରେ ରୋହିତ ନିଜର ଅଟୋଗ୍ରାଫ ଦେବା ସହ ଯୁବତୀ ଓ ତାଙ୍କ ସମ୍ପର୍କୀୟ ଏହାକୁ ପାଇ ଖୁସି ପ୍ରକାଶ କରିଛନ୍ତି |

ଏଠାରେ ସୂଚନା ଥାଉ କି ରୋହିତ ଶର୍ମାଙ୍କ ଶତକ ଓ କେ ଏଲ ରାହୁଲଙ୍କ ଅର୍ଦ୍ଧଶତକ ବଳରେ ୯ଟି ଉଇକେଟ ହରାଇ ଭାରତ ୩୧୪ ରନ କରିଥିଲା | ଏହାର ଜବାବ ଦେବାକୁ ଯାଇ ବାଂଲାଦେଶ ୨୮୬ ରନରେ ଅଲଆଉଟ ହୋଇଯାଇଥିଲା |

ସମ୍ବନ୍ଧିତ ଖବର