ପ୍ରତି ଇନ୍‌ଷ୍ଟାଗ୍ରାମ ପ୍ରକାଶ ପାଇଁ କୋହଲିଙ୍କୁ ମିଳୁଛିି ୮୧ ଲକ୍ଷ

ନ୍ୟୁୟର୍କ: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ପଡ଼ିଆ ଭିତର ସହ ବାହାରେ ମଧ୍ୟ ନିଜ କମାଲ ଦେଖାଇ ଚାଲିଛନ୍ତି। ୨୦୦୮ରେ ଅନ୍ତର୍ଜାତୀୟ ଖେଳ ଜୀବନ ଆରମ୍ଭ କରିବା ପରଠାରୁ କୋହଲି ଗୋଟିଏ ପରେ ଗୋଟିଏ କ୍ରିକେଟ୍‌ କୀର୍ତ୍ତିମାନ କରି ଚାଲିଛନ୍ତି। ସମାନ୍ତରାଳ ଭାବେ ସାମାଜିକ ଗଣମାଧ୍ୟମରେ ମଧ୍ୟ ତାଙ୍କ ଅନୁଗାମୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। କେବଳ ଇନ୍‌ଷ୍ଟାଗ୍ରାମରେ ସଂପ୍ରତି ତାଙ୍କର ୨ କୋଟି ୩୨ ଲକ୍ଷ ଅନୁଗାମୀ ଅଛନ୍ତି। ଯେଉଁଥିରୁ କୋହଲି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି। ସେ ତାଙ୍କ ଇନ୍‌ଷ୍ଟାଗ୍ରାମ ପୃଷ୍ଠାରେ ଗୋଟିଏ ପ୍ରାୟୋଜିତ ଖବର ବା ଫଟୋ ପ୍ରକାଶ କରିବା ଲାଗି ପାଖାପାଖି ୮୧ ଲକ୍ଷ ଟଙ୍କା ନେଉଛନ୍ତି। ଇନ୍‌ଷ୍ଟାଗ୍ରାମ ଧନୀ ତାଲିକାରେ କୋହଲି ଖେଳାଳି ଭାବେ ନବମ ଏବଂ ମୋଟ ଉପରେ ସପ୍ତଦଶ ସ୍ଥାନରେ ରହିଛନ୍ତି। ଏହି ତାଲିକାରେ ସେ ଆମେରିକୀୟ ମୁଷ୍ଟିଯୁଦ୍ଧ ତାରକା ଫ୍ଲଏଡ୍‌ ମେେଓ୍ଵଦର ଏବଂ ମହାନ ବାସ୍କେଟ୍‌ବଲ୍‌ ଖେଳାଳି ଷ୍ଟିଫେନ କରିଙ୍କୁ ଟପି ଯାଇଛନ୍ତି। ମେେଓ୍ଵଦରଙ୍କର ୨୦.୭ ନିୟୁତ ଅନୁଗାମୀ ଥିଲା ବେଳେ କରି’ଙ୍କର ୨୧.୩ ନିୟୁତ ଅନୁଗାମୀ ଅଛନ୍ତି। କରି’ ଗୋଟିଏ ପୋଷ୍ଟ ବା ପ୍ରାୟୋଜିତ ପ୍ରକାଶ ପାଇଁ ୭୬ ଲକ୍ଷ ଟଙ୍କା ଏବଂ ମେେଓ୍ଵଦର ୭୪ ଲକ୍ଷ ଟଙ୍କା ନେଉଛନ୍ତି।

ସମ୍ବନ୍ଧିତ ଖବର