ଏକ ରନ୍‌ରେ ୭ ଓ୍ଵିକେଟ୍‌

ନର୍ଥଆମ୍ପଟନସାୟାର : ଇଂଲଣ୍ଡରେ ସୋମବାର ଖେଳା ଯାଇଥିବା ଏକ କ୍ଲବ୍‌ ସ୍ତରୀୟ କ୍ରିକେଟ୍‌ ମ୍ୟାଚ୍‌ରେ ଗୋଟିଏ ଦଳ ମାତ୍ର ଏକ ରନ୍‌ରେ ୭ ଓ୍ଵିକେଟ୍‌ ହରାଇବାର ଲଜ୍ଜାଜନକ ପ୍ରଦର୍ଶନ କରିଥିଲା। ୧୧ ବଲ୍‌ ଭିତରେ ଏହି ଦଳର ଏଭଳି ସାଂଘାତିକ ବିପର୍ଯ୍ୟୟ ଘଟିଥିଲା। ହାଇ ଓ୍ଵାଇକମ୍ବ କ୍ରିକେଟ୍‌ ଦଳ ଏବଂ ପିିଟର୍ସବର୍ଗ ଦଳ ମଧ୍ୟରେ ଖେଳା ଯାଇଥିବା ଏଡି ମ୍ୟାଚ୍‌ରେ ହାଇ ଓ୍ଵାଇକମ୍ବ ଦଳ ୧୯୦ ରନ୍‌ର ବିଜୟ ଲକ୍ଷ୍ୟର ପିଛା କରି ୩ ଓ୍ଵିକେଟ୍‌ ବିନିମୟରେ ୧୮୬ ରନ୍‌ କରି ନେଇଥିଲା। ଶେଷ ଦୁଇ ଓଭରକୁ ବିଜୟ ପାଇଁ ଏହି ଦଳକୁ ମାତ୍ର ୩ ରନ୍‌ର ଦରକାର ଥିଲା। ସେହିଠୁ ହିଁ ଓ୍ଵିକେଟ୍‌ କୋଳି ଝଡ଼ିବା ଭଳି ଝଡ଼ିବା ଆରମ୍ଭ ହୋଇ ଯାଇଥିଲା। ଶେଷ ଓଭରର ପ୍ରଥମ ୩ ବଲ୍‌ରେ ୩ ଓ୍ଵିକେଟ୍‌ ହରାଇବା ପୂର୍ବରୁ ହାଇ ଓ୍ଵାଇକମ୍ବ ଦ୍ୱିତୀୟ ଶେଷ ଓଭରର ଶେଷ ୪ ବଲ୍‌ରେ ୪ ଓ୍ଵିକେଟ୍‌ ହରାଇ ଆଶ୍ଚର୍ଯ୍ୟଜନକ ଭାବେ ମ୍ୟାଚ୍‌ ହାରି ଯାଇଥିଲା। ସେଥିମଧ୍ୟରେ ଏହି ଦଳ ଆଉ ମାତ୍ର ୧ ରନ୍‌ କରି ପାରିଥିଲା।

ସମ୍ବନ୍ଧିତ ଖବର