ବାରବାଟୀ ଟି-୨୦: ଆସନ୍ତାକାଲି ଠାରୁ ଅନ୍‌ଲାଇନ୍‌ରେ ଟିକଟ ବିକ୍ରି ଆରମ୍ଭ

କଟକ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆଗାମୀ ଡିସେମ୍ବର ୨୦ରେ ହେବାକୁ ଥିବା ଟି-୨୦ ମ୍ୟାଚ ପାଇଁ ସୋମବାର ଠାରୁ ଅନ୍‌ଲାଇନ୍‌ରେ ଟିକଟ ବିକ୍ରି ଆରମ୍ଭ ହେବ। ଅନ୍‌ଲାଇନ୍‌ରେ କ୍ରିକେଟ ପ୍ରେମି େଓ୍ଵବସାଇଟ୍‌ www.get2thegames.comକୁ ଲଗ୍‌ ଇନ୍‌ କରି ଟିକଟ କିଣି ପାରିବେ।

ଅନ୍ୟପକ୍ଷରେ ଓସିଏ ଓ ବିସିସିଆଇ ସହ ଅନୁବନ୍ଧିତ କ୍ରିକେଟ କ୍ଲବ, ସ୍କୁଲ ଓ କଲେଜ ପାଇଁ ଅଫ୍‌ଲାଇନ୍‌ରେ ଡିସେମ୍ବର ୧୪ ଓ ୧୫ରେ ଷ୍ଟାଡିୟମ କାଉଣ୍ଟରେ ଟିକଟ ମିଳିବ। ସେହିଭଳି ସାଧାରଣ ଦର୍ଶକଙ୍କ ପାଇଁ ଡିସେମ୍ବର ୧୬ ଓ ୧୭ରେ ବାରବାଟୀ ଷ୍ଟାଡିୟମ କାଉଣ୍ଟରରେ ଟିକଟ ମିଳିବ।

ଗ୍ୟାଲେରୀ ୧ ଓ ୩ ପାଇଁ ଟିକଟର ମୂଲ୍ୟ ୬୦୦ଟଙ୍କା ଲେଖାଏଁ ଧାର୍ଯ୍ୟ କରାଯାଇଥିବା ବେଳେ, ଗ୍ୟାଲେରୀ ୨ ଓ ୪ ପାଇଁ ୫୦୦ ଟଙ୍କା ରଖାଯାଇଛି। ସେହିଭଳି ଗ୍ୟାଲେରୀ ୬ ଓ ୭ରେ ମ୍ୟାଚ ଦେଖିବାକୁ ଚାହୁଁଥିବା ଦର୍ଶକଙ୍କୁ ୪୦୦ ଟଙ୍କା ଲେଖାଏଁ ଦେଇ ଟିକଟ କିଣିବାକୁ ପଡ଼ିବ। ସ୍ପେଶାଲ ଏନ୍‌କ୍ଲୋଜର ପାଇଁ ଟିକଟ ମୂଲ୍ୟ ୩୦୦୦ ଟଙ୍କା ଥିବା ବେଳେ କର୍ପୋରେଟ ଗ୍ୟାଲେରୀର ଟିକଟ ମୂଲ୍ୟ ୮୦୦୦ ଟଙ୍କା ରହିଛି। ସେହିପରି ଗ୍ୟାଲେରୀ ୪ରେ ଥିବା ଏସି ବକ୍ସ ଓ ନୂଆଁ ପାଭଲିୟନର ଟିକଟ ଦର ରହିଛି ୫୦୦୦ ଟଙ୍କା।

ସମ୍ବନ୍ଧିତ ଖବର