ଭୁବନେଶ୍ବର ଓପନ୍‌ ଚେସ୍‌: ବିଭୂତି ବିଜେତା

ଭୁବନେଶ୍ବର: ଭୁବନେଶ୍ବର ଚେସ୍‌ ସଂଘ ଆନୁକୂଲ୍ୟରେ ସେକ୍ରେଟାରିଏଟ୍‌ ରିକ୍ରିଏସନ୍‌ କ୍ଲବ୍‌ (ୟୁନିଟ୍‌-୨)ରେ ଆୟୋଜିତ ଦୁଇଦିନିଆ ୩୨ତମ ଭୁବନେଶ୍ବର ଓପନ୍‌ ଚେସ୍‌ ପ୍ରତିଯୋଗିତାରେ ପୁରୀର ବିଭୂତି ଭୂଷଣ ଦାସ ସର୍ବାଧିକ ୮ ପଏଣ୍ଟ୍‌ ପାଇଁ ବିଜେତା ଟ୍ରଫି ହାତେଇଛନ୍ତି। ୯ ରାଉଣ୍ଡ୍‌ ବିଶିଷ୍ଟ ଏହି ପ୍ରତିଯୋଗିତାରେ ତାଙ୍କ ପଛକୁ ଭୁବନେଶ୍ବରର ଅମିତ ମହାନ୍ତି (୭.୫), ତନ୍ମୟ କୁମାର, ମାନସ ରଞ୍ଜନ ପରିଡ଼ା ଓ ଏମ୍‌ ମାନସ (ପ୍ରତ୍ୟେକ ୭) ଶ୍ରେଷ୍ଠ ୫ରେ ରହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଲୋଚନ ଦାସ, କେ ସହଦେବ (ଉଭୟେ ୭), ସୁର୍‌ଜିତ୍‌ ନାୟକ, ସନ୍ତୋଷ ନାୟକ (ଉଭୟେ ୬.୫), ଦୀପ୍ତିରଞ୍ଜନ ଦାସ, ଅବିନାଶ ବଳିୟାରସିଂହ, ଏସ୍‌ ସାହୁ, ବଂଶୀଧର ଭୋଇ, ଅମରେନ୍ଦ୍ର ଖମାରୀ, କୀର୍ତି ଅନୁରାଗ, କୃଷ୍ଣଚନ୍ଦ୍ର ସେଠୀ, ଦେବ ପ୍ରସାଦ, ସଞ୍ଜୟ ପଟ୍ଟନାୟକ, ବି ସାହୁ, ସେକ୍‌ ରାଜା, କ୍ଷୀରୋଦ ଚନ୍ଦ୍ର ମହାନ୍ତି (ପ୍ରତ୍ୟେକ ୬), ପ୍ରବୋଧ ମିଶ୍ର, ସତ୍ୟଜିତ୍‌ ମହାପାତ୍ର, ଏମ୍‌ ରଞ୍ଜନ ଓ ଟୁକୁନା କାଣ୍ଡି (ପ୍ରତ୍ୟେକ ୫.୫) ୨୫ ମଧ୍ୟରେ ରହି ପୁରସ୍କୃତ ହୋଇଥିଲେ। ବିଭିନ୍ନ ବୟସ ବର୍ଗରେ ଜେ ବିହାନ୍‌ ରେଡ୍ଡୀ (୭ରୁ କମ୍‌), ସିଦ୍ଧାର୍ଥ ମିଶ୍ର (୯ରୁ କମ୍‌), ଶାସ୍ବତ ସାହୁ (୧୧ରୁ କମ୍‌), ଦିବ୍ୟସିଂହ ରାୟ (୧୩ରୁ କମ୍‌), ମିକୁନ ମିଶ୍ର (ବାଳିକା) ପ୍ରଥମ ସ୍ଥାନ ଅକ୍ତିଆର କରିଥିଲା ବେଳେ ସ୍ନେହାଞ୍ଜଳି ପ୍ରଧାନ ଓ ଭୀମସେନ ପ୍ରଧାନ ଯଥାକ୍ରମେ ଶ୍ରେଷ୍ଠ ମହିଳା ଓ ଶ୍ରେଷ୍ଠ ଭେଟେରାନ୍‌ ବିବେଚିତ ହୋଇଥିଲେ। ଆୟୋଜକ ସଂଘର ସଂପାଦକ ଅରାତି ବିଜୟ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଓଡ଼ିଶା ରାଜ୍ୟ ଚେସ୍‌ ସଂଘର ଉପସଭାପତି ଡ. ବିମଳ ପ୍ରସାଦ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆୟୋଜକ ସଂଘର ଉପସଭାପତି ବଂଶୀଧର ଭୋଇ, ପ୍ରତିଯୋଗିତା ନିର୍ଦେଶକ ଦେବାଶିଷ ପାଣିଗ୍ରାହୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର