ଭୁବନେଶ୍ୱର: ଆୟୋଜକ ଓପିଟିସିଏଲ୍ ଦଶମ ଥର ଲାଗି ପାଓ୍ଵାର୍ କପ୍ କରାୟତ କରିଛି। ଗୁରୁବାର ରେଳବାଇ କ୍ରିକେଟ୍ ଷ୍ଟାଡିୟମ୍ରେ ଖେଳା ଯାଇଥିବା ଫାଇନାଲ୍ରେ ଓପିଟିସିଏଲ୍ ୭୯ ରନ୍ରେ ନାଲ୍କୋକୁ ପରାସ୍ତ କରିଥିଲା। ଓପିଟିସିଏଲ୍ ନିର୍ଧାରିତ ୨୦ ଓଭରରେ ୧୯୫/୫ କରିଥିଲା। ଜବାବରେ ନାଲ୍କୋ ୧୧୬ ରନ୍ କରିପାରିଥିଲା। ସୌମିତ୍ର ସେଠୀ ଫାଇନାଲ୍ର ଶ୍ରେଷ୍ଠ ଖେଳାଳି ହୋଇଥିଲେ। ଅନ୍ୟପକ୍ଷରେ ସେସୁ ୮ ଓ୍ଵିକେଟ୍ରେ ଇଡ୍କୋକୁ ହରାଇ ତୃତୀୟ ସ୍ଥାନ ହାସଲ କରିଥିଲା। ଇଡ୍କୋର ୯୫ ରନ୍ ଜବାବରେ ସେସୁ ମାତ୍ର ୨ ଓ୍ଵିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା। ଲଲାତେନ୍ଦୁ ବୈରିଗଂଜନ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି, ଦୀପ୍ତି ରଂଜନ ମିଶ୍ର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍, ବିପିନ ନନ୍ଦୀ ଶ୍ରଷ୍ଠ ବୋଲର, ସଂବିତ ହରିଚନ୍ଦନ ଶ୍ରେଷ୍ଠ ଓ୍ଵିକେଟ୍ ରକ୍ଷକ ଏବଂ ଅଭୟ ମଲ୍ଲିକ ଶ୍ରେଷ୍ଠ କ୍ଷେତ୍ର ରକ୍ଷକ ପୁରସ୍କାର ପାଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଉଦ୍ଯାପନୀ ଉତ୍ସବରେ ଶକ୍ତି ଏବଂ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତା ଦଳକୁ ଟ୍ରଫି ସହ ୧୫,୦୦୦ ଟଙ୍କା ଏବଂ ଉପବିଜେତା ଦଳକୁ ଟ୍ରଫି ସହ ୧୦,୦୦୦ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓପିଟିସିଏଲ୍ ମାନବ ସମ୍ବଳ ନିର୍ଦେଶକ ରାଜେନ୍ଦ୍ର ସେନାପତି, ଓଏଚ୍ପିସି ବିତ୍ତୀୟ ନିର୍ଦେଶକ ପ୍ରଭାକର ମହାନ୍ତି, ଓପିଜିସି ବିତ୍ତୀୟ ନିର୍ଦେଶକ ହରପ୍ରସାଦ ନାୟକ, ଓଏଚ୍ପିସି ମାନବ ସମ୍ବଳ ନିର୍ଦେଶକ ପ୍ରବୋଧ ମହାନ୍ତି, ବିଭୁ ପ୍ରସାଦ ମହାପାତ୍ର ଏବଂ ଉତ୍ତମ କୁମାର ସାମଲ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ।