ଓସଜା ପକ୍ଷରୁ ପାଳିତ ହେଲା ଅଶୋକ ପଟ୍ଟନାୟକ ସ୍ମାରକୀ ସ୍ମୃତିସଭା, ସ୍ୱର୍ଗତ ରଣଜିତ ଗୁରୁଙ୍କ ପାଇଁ ନିରବ ପ୍ରାର୍ଥନା

ଭୁବନେଶ୍ୱର: ରାଜ୍ୟରେ କ୍ରୀଡ଼ା ସାମ୍ବାଦିକତା ଧାରାର ପରମ୍ପରା ସ୍ଥାପନରେ ବିଶେଷ ଭୂମିକା ଗ୍ରହଣ କରିଥିବା ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ସ୍ୱର୍ଗତଃ ଅଶୋକ ପଟ୍ଟନାୟକଙ୍କ ସ୍ମୃତିସଭା ରବିବାର ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ପକ୍ଷରୁ ପାଳିତ ହୋଇଯାଇଛି । ଓସଜାର ସଭାପତି ସନ୍ଦୀପ ମିଶ୍ରଙ୍କ ସଭାପତିତ୍ୱରେ ସ୍ଥାନୀୟ ସହୀଦ ସ୍ପୋର୍ଟିଂ କ୍ଳବ ସ୍ଥିତ ଦେବାଶିଷ ମହାନ୍ତିି ପ୍ରେସ ବକ୍ସରେ ଅନୁଷ୍ଠିତ ହୋଇଯାଇଛି। ସ୍ୱର୍ଗତଃ ଅଶୋକ ପଟ୍ଟନାୟକ, ରଣଜୀତ ଗୁରୁ ଏବଂ ସିଦ୍ଧାନ୍ତ ପଟ୍ଟନାୟକଙ୍କ ଲାଗି ପ୍ରଥମେ ନିରବ ପ୍ରାର୍ଥନା କରାଯିବା ପରେ ସ୍ମୃତିସଭା ହୋଇଥିଲା।

ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ତଥା ଅଶୋକ ବାବୁଙ୍କ ସହଯୋଗୀ ରହିଥିବା ସନାତନ ପାଣି କ୍ରୀଡ଼ା ସାମ୍ବାଦିକତା ସହ ମଣିଷ ଭାବରେ ଅଶୋକଙ୍କ ନିଆରା ଗୁଣ ମନେପକାଇଥିଲେ। ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ଗଠନ କରିବାରେ ଅଶୋକ ବାବୁଙ୍କ ଯୋଗଦାନ ବିଷୟ ମଧ୍ୟ ମନେପକାଯାଇଥିଲା।ଏହି ସ୍ମୃତିସଭାରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବରିଷ୍ଠ କ୍ରୀଡ଼ା ପ୍ରଶାସକ ଅଶୋକ ମହାନ୍ତି ଅଶୋକଙ୍କ ସ୍ମୃତି ଚାରଣ ସହ ଓଡ଼ିଶା ଓ ଧ୍ୟାନଚାନ୍ଦଙ୍କ ସମ୍ପର୍କ ବାବଦରେ ଅଭିଭାଷଣ ରଖିଥିଲେ। ସେ କିପରି ଧ୍ୟାନଚାନ୍ଦଙ୍କ ସହ ସମୟ କାଟିବାର ସୁଯୋଗ କଟକରେ ହାସଲ କରିଥିଲେ, ତାହା ସୂଚନା ଦେଇଥିଲେ। ସମସ୍ତଙ୍କୁ ଏଥିସହ ରାଜ୍ୟ ସରକାରଙ୍କ ପୁରସ୍କାର ପ୍ରଦାନ ଧାରାରେ ଏଥର କୌଣସି କ୍ରୀଡ଼ା ସାମ୍ବାଦିକ କିମ୍ବା କୋଚ ମନୋନୀତ ନ ହୋଇଥିବା ଖବର ଉପରେ ଆଶ୍ଚର୍ଯ୍ୟପ୍ରକଟ କରିଥିଲେ ।

ସମ୍ବନ୍ଧିତ ଖବର