ଆମ ଟିମ୍‌ରେ ୬୦ ବର୍ଷିଅ ବୃଦ୍ଧ ନାହାନ୍ତି, ୩୨ରୁ ୩୫ ବର୍ଷିଅ ଯୁବକ ଅଛନ୍ତି: ବ୍ରାଭୋ

ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗସ୍‌ (ସିଏସ୍‌କେ) ମଙ୍ଗଳବାର ରାତି ବିଜୟୀ ହେବା ପରେ ବି ଡେ୍ଵନ୍‌ ବ୍ରାଭୋ ନିଜକୁ ବିଶ୍ୱାସ କରିପାରି ନଥିଲେ। ଦ୍ୱିତୀୟ ଇନିଂସର ୧୯.୪ ବଲ୍‌କୁ ବ୍ରାଭୋ ଚୌକା ମାରି ଦିଲ୍ଲୀ ବିରୋଧରେ ଚେନ୍ନାଇକୁ ବିଜୟ ଦେଇଥିଲେ। ଚେନ୍ନାଇ ସୁପର କିଙ୍ଗସ୍‌ ଆଇପିଏଲ୍‌ ଚଳିତ ସଂସ୍କରଣରେ ଏଯାଏଁ ୫ଟିରୁ ୨ଟି ମ୍ୟାଚ୍‌ ଖେଳିଛି ଏବଂ ୨ଟି ଯାକ ମ୍ୟାଚ୍‌ ଜିତିଛି। ଉଦ୍‌ଘାଟନୀ ଅବସରରେ ମାର୍ଚ୍ଚ ୨୩ରେ ବେଙ୍ଗାଲୁରୁ ବିପକ୍ଷରେ ଚେନ୍ନାଇ ବିଜୟୀ ହୋଇଥିଲା।

ମ୍ୟାଚ୍‌ ପରେ ସାମ୍ବାଦିକ ସମ୍ମିିଳନୀରେ ଗଣମାଧ୍ୟମର ପ୍ରତିନିଧି ମାନେ ବ୍ରାଭୋଙ୍କୁ ବୟସ ସଂପର୍କିତ କିଛି ପ୍ରଶ୍ନ ପଚାରିଥିଲେ, ଯାହାକୁ ନେଇ ସେ ବିରକ୍ତି ପ୍ରକାଶ କରିଥିଲେ। ବ୍ରାଭୋ କହିଥିଲେ ଯେ, ଚେନ୍ନାଇ ସୁପର କିଙ୍ଗସ୍‌ ଯେବେ ବି ମ୍ୟାଚ୍‌ ଜିତୁଛି କାହିଁକି ବୟସ ସଂପର୍କିତ ପ୍ରଶ୍ନ ପଚରାଯାଉଛି।

ବ୍ରାଭୋ କହିଛନ୍ତି, ଆମେ ନିଜର ବୟସକୁ ନେଇ କ୍ରିକେଟ ଖେଳିବାରେ କୌଣସି ଅସୁବିଧାର ସମ୍ମୁଖୀନ ହେଉନାହୁଁ। ଆମର ବୟସ କେତେ ଆପଣ ଗୁଗୁଲରେ ସର୍ଚ୍ଚ କରିପାରିବେ। ଆମେ ୬୦ ବର୍ଷର ବୟସ୍କ ନୋହୁଁ। ଆମେ ୩୨ ରୁ ୩୫ ବର୍ଷର ଖେଳାଳି। ଆମ ଭିତରେ ମଧ୍ୟ ଯୁବକତ୍ତ୍ୱ ରହିଛି। ଆମେ ନିଜର ଶରୀର ପ୍ରତି ମଧ୍ୟ ଧ୍ୟାନ ଦେଇଥାଉ ଏବଂ ଭଲ ଅଭିଜ୍ଞତା ଅଛି। ବ୍ରାଭୋ କହିଛନ୍ତି, ଚେନ୍ନାଇ ପାଇଁ ବିପରୀତ ସମୟରେ ତାଙ୍କର ଅଭିଜ୍ଞତା ଏବଂ ବିଶ୍ୱର ସର୍ବଶ୍ରେଷ୍ଠ ଅଧିନାୟକଙ୍କ ସହିତ ଖେଳିବା କାମ ଆସୁଛି।

ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ଅଲ୍‌ରାଉଣ୍ଡର କହିଛନ୍ତି, କୌଣସି ବି ଖେଳରେ, କୌଣସି ଟୁର୍ଣ୍ଣାମେଣ୍ଟରେ ଅଭିଜ୍ଞତାକୁ ବାଦ୍‌ ଦିଆଯଇ ପାରିବ ନାହିଁ। ଆମେ ଆମର ଦୁର୍ବତଳା ବିଷୟରେ ଜାଣିଛୁ। ବେଳେ ବେଳେ ଆମକୁ ସତର୍କତାର ସହିତ ମଧ୍ୟ ଖେଳିବାକୁ ପଡୁଛି। ଆମର ନେତୃତ୍ୱ ନେଉଛନ୍ତି ବିଶ୍ୱର ସର୍ବଶ୍ରେଷ୍ଠ ଅଧିନାୟକ ବୋଲି ବ୍ରାଭୋ କହିଛନ୍ତି।

ସମ୍ବନ୍ଧିତ ଖବର