ଆମ ବିଶ୍ବକପ୍:ବୀର

‘ସମ୍ବାଦ’ ଶୁଭେଚ୍ଛା: ସୋମବାର ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଉଦ୍‌ଘାଟନୀ ଟିକେଟ ପ୍ରଦାନ କରୁଛନ୍ତି ହକି ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଏଲିନା ନର୍ମାନ

ଭୁବନେଶ୍ବର: ଭୁବନେଶ୍ବର ହକି ବିଶ୍ବକପ୍ ଲାଗି ଭାରତ ଏକ ସନ୍ତୁଳିତ ଦଳ ଘୋଷଣା କରିଛି। ଅଭିଜ୍ଞ ଏବଂ ଯୁବ ଖେଳାଳିଙ୍କୁ ନେଇ ଭାରତର ୧୮ ଜଣିଆ ଦଳ ଗଠିତ ହୋଇଛି। ମନପ୍ରୀତ ସିଂହ ଦଳର ଅଧିନାୟକ ଦାୟିତ୍ବରେ ଥିଲା ବେଳେ ଦକ୍ଷ ଗୋଲ୍ ରକ୍ଷକ ପିଆର ଶ୍ରୀଜେଶ ପ୍ରତିପକ୍ଷ ଖେଳାଳିଙ୍କ ଆଗରେ ପାଚେରି ଭଳି ଛିଡ଼ା ହେବେ ବୋଲି ଆଶା କରାଯାଉଛି। ଦୁଇ ଜଣ ସ୍ଥାନୀୟ ଖେଳାଳି ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିତ ଦାସ କିନ୍ତୁ ଭାରତୀୟ ଲାଇନ୍‌ଅପର ପ୍ରମୁଖ ଆକର୍ଷଣ ହେବେ। ଉଭୟ ଘରୋଇ ପରିବେଶରେ ବିଶ୍ବକପ୍ ଖେଳିବାରେ ପ୍ରଥମ ଓଡ଼ିଆ ଖେଳାଳି ହେବାର ଗୌରବ ଅର୍ଜନ କରିବେ। ଢେର କିଛି ଦିନ ହେବ ଭୁବ‌େନେଶ୍ବରରେ ରହି ଭାରତୀୟ ଦଳ ପ୍ରସ୍ତୁତି କରୁଛି। ସେଥିପାଇଁ ଏଥର ଟିମ୍ ଇଣ୍ଡିଆ ଶ୍ରେଷ୍ଠ ତିନି ଦଳ ମଧ୍ୟରେ ରହିବ ବୋଲି ପ୍ରଶଂସକ ଆଶା ରଖିଛନ୍ତି। ଭାରତର ୧୮ ଜଣ ଯାକ ବିଶ୍ବକପ୍ ବୀର ବି ବ୍ୟକ୍ତିଗତ ଭାବେ ଭୁବନେଶ୍ବରରେ ନିଜ ଛାପ ଛାଡ଼ିବା ଆଶାରେ ଅଛନ୍ତି।

ସମ୍ବନ୍ଧିତ ଖବର