ଓଭାଲ ଟେଷ୍ଟ: ଇଂଲଣ୍ଡର ୩୩୨ ରନ୍‌ ଜବାବରେ ଭାରତର ସ୍କୋର ୧୬୯/୬

ଲଣ୍ଡନ: ଇଂଲଣ୍ଡର ୩୩୨ ରନ୍‌ ଜବାବରେ ଭାରତ ୬ଟି ଓ୍ଵିକେଟ୍‌ ହରାଇ ୧୬୯ ରନ୍‌ ସଂଗ୍ରହ କରିଛି। ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି(୪୯) ଅର୍ଦ୍ଧଶତକ ହାସଲ କରିପାରି ନାହାନ୍ତି। ସେହିଭଳି ଓପନର ଲୋକେଶ ରାହୁଲ(୩୭) ଓ ଚେତେଶ୍ୱର ପୂଜାରା(୩୭) ରନ୍‌ ସଂଗ୍ରହ କରି ପାଭଲିଅନ୍‌ ଫେରିଛନ୍ତି। ଶିଖର ଧାଓ୍ଵନ ୩ ରନ୍‌, ଆଜିଙ୍କ୍ୟ ରାହାଣେ (୦) ଋଷଭ ପନ୍ଥ ୫ ରନ୍‌ ଯୋଡ଼ି ଆଉଟ୍‌ ହୋଇଛନ୍ତି। ଭାରତ ୫୦ ଓଭର ଖେଳ ଶେଷ ହେବା ବେଳକୁ ୬ଟି ଓ୍ଵିକେଟ୍‌ ହରାଇ ୧୬୯ ରନ୍‌ ସଂଗ୍ରହ କରିଛି। ହନୁମା ବିହାରୀ ଓ ରବୀନ୍ଦ୍ର ଜାଦେଜା କ୍ରିଜରେ ଅଛନ୍ତି।

ଇଂଲଣ୍ଡର ବୋଲର ଜେମ୍ସ ଆଣ୍ଡରସନ୍‌ ଓ ବେନ୍‌ ଷ୍ଟେକସ୍‌ଙ୍କୁ ୨-୨ଟି ଓ୍ଵିକେଟ୍‌ ମିଳିଛି। ସେହିପରି ଷ୍ଟୁଆର୍ଟ ବ୍ରୋଡ଼ ଓ ସାମ୍‌ କୁରନଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଛନ୍ତି।

ଦ୍ୱିତୀୟ ଦିନ ପ୍ରଥମ ଇନିଂସରେ ୩୩୨ ରନ୍‌ରେ ଅଲ୍‌ଆଉଟ୍‌ ହୋଇଛି। ଜୋସ୍‌ ବଟଲର୍‌ ୧୩୩ ବଲ୍‌ ଖେଳି ୮୯ ରନ୍‌ ସଂଗ୍ରହ କରିଛନ୍ତି। ରବୀନ୍ଦ୍ର ଜାଦେଜାଙ୍କ ବଲ ଆଜିଙ୍କ୍ୟ ରାହାଣେଙ୍କୁ କ୍ୟାଚ ଦେଇ ବଟଲର୍‌ ଆଉଟ୍‌ ହୋଇଛନ୍ତି। ଇଂଲଣ୍ଡ ୮ମ ଓ୍ଵକେଟ୍‌ରେ ଆଦିଲ ରସିଦଙ୍କୁ ହରାଇଛି। ରସିଦ ୧୫ ରନ୍‌ ଯୋଡ଼ିବା ପରେ ଜସପ୍ରୀତ ବୁମରାଙ୍କ ଦ୍ୱାରା ଏଲବିଡବ୍ଳ ହୋଇ ପାଭଲିଅନ୍‌ ଫେରିଛନ୍ତି। ନବମ ଓ୍ଵିକେଟ୍‌ରେ ଇଂଲଣ୍ଡ ୯୮ ରନ୍‌ ସଂଗ୍ରହ କରିଥିଲା। ଷ୍ଟୁଆର୍ଟ ବ୍ରୋଡ ୩୮ ରନ୍‌ ସଂଗ୍ରହ କରି ପାଭଲିଅନ୍‌ ଫେରିଛନ୍ତି। ଭାରତ ପକ୍ଷରୁ ରବୀନ୍ଦ୍ର ଜାଦେଜା ୪ଟି ଓ୍ଵିକେଟ୍‌ ନେଇଛନ୍ତି। ସେହିଭଳି ଈଶାନ୍ତ ଶର୍ମା ଓ ଜସପ୍ରୀତ ବୁମରା ୩-୩ ଓ୍ଵିକେଟ ନେଇଛନ୍ତି।

ପ୍ରଥମ ଦିନରେ ଭାରତୀୟ ବୋଲରମାନେ ଇଂଲଣ୍ଡକୁ ୨୦୦ ରନ୍‌ ପୂରା କରିବାକୁ ସୁଯୋଗ ଦେଇ ନ ଥିଲେ। ଫଳରେ ଇଂଲଣ୍ଡ ୭ଟି ଓ୍ଵିକେଟ୍‌ ହରାଇ ୧୯୮ ରନ୍‌ ସଂଗ୍ରହ କରଥିଲା। ୫ ଟେଷ୍ଟ ମ୍ୟାଚ୍‌ର ଶେଷ ମୁକାବିଲାରେ ମୋଇନ ଅଲି ୫୦ ରନ୍‌ ସଂଗ୍ରହ କରି ଭାରତର ୬ଷ୍ଠ ଶିକାର ହୋଇଥିଲେ। ଆରମ୍ଭରୁ ଇଂଲଣ୍ଡ ଭଲ ପ୍ରଦର୍ଶନ କରିଥିଲା। ଇଂଲଣ୍ଡ ୧୩୩ ରନ୍‌ରେ ଆଲିଷ୍ଟରକ କୁକ୍‌ ଓ ଅଧିନାୟକ ଜୋଏ ରୁଟ୍‌ ପାଭଲିଅନ୍‌ ଫେରିଥିଲେ। ୧୩୪ ରନ୍‌ରେ ଇଂଲଣ୍ଡ ଜନି ବେୟାରଷ୍ଟୋଙ୍କୁ ହରାଇଥିଲା। ସେହିଭଳି ୧୭୧ ରନ୍‌ରେ ବେନ୍‌ ଷ୍ଟେକସ୍‌, ୧୭୭ ରନ୍‌ରେ ଅଲି ଓ ୧୮୧ ରନ୍‌ରେ ସାମ୍‌ କୁରାନ୍‌ ଆଉଟ୍‌ ହୋଇ ପାଭଲିଅନ୍‌ ଫେରିଥିଲେ।

କୁକ୍‌(୭୧), ଜିନିଙ୍ଗସ୍‌(୨୩) ଓ ମୋଇନଙ୍କ ବ୍ୟତୀତ ଅନ୍ୟ ବ୍ୟାଟସ୍‌ମ୍ୟାନ୍‌ମାନେ ଖରାପ ପ୍ରଦର୍ଶନ କରିଥିବାରୁ ଇଂଲଣ୍ଡ ମୂଳ ଲକ୍ଷ୍ୟରେ ପହଞ୍ଚି ପାରି ନ ଥିଲା।

ସମ୍ବନ୍ଧିତ ଖବର