ଓଭାଲ ଟେଷ୍ଟ: ଇଂଲଣ୍ଡ ହରାଇଲା ୮ମ ଓ୍ଵିକେଟ୍‌, ସ୍କୋର ୨୫୧ ରନ୍‌

ଲଣ୍ଡନ: ଇଂଲଣ୍ଡ ଦ୍ୱିତୀୟ ଦିନରେ ଶନିବାର ୮ମ ଓ୍ଵକେଟ୍‌ରେ ଆଦିଲ ରସିଦଙ୍କୁ ହରାଇଛି। ରସିଦ ୧୫ ରନ୍‌ ଯୋଡ଼ିବା ପରେ ଯଶପ୍ରୀତ ବୁମରାଙ୍କ ଦ୍ୱାରା ଏଲବିଡବ୍ଳ ହୋଇ ପାଭଲିଅନ୍‌ ଫେରିଛନ୍ତି। ଇଂଲଣ୍ଡର ସ୍କୋର ୨୫୧ ରନ୍‌ ଥିବା ବେଳେ ଷ୍ଟୁଆର୍ଟ ବ୍ରୋଡ ଓ ଜୋସ୍‌ ବଟଲର କ୍ରିଜ୍‌ରେ ଅଛନ୍ତି। ଓଭାଲ କ୍ରିକେଟ୍‌ ଷ୍ଟାଡିୟମରେ ଭାରତ ଦମଦାର ପ୍ରଦର୍ଶନ କରିଛି। ଭାରତୀ ବୋଲରମାନେ ପ୍ରଥମ ଦିନ ଶୁକ୍ରବାର ୯୦ ଓଭର ବୋଲିଂ କରି ୭ଟି ଓ୍ଵିକେଟ୍‌ ନେଇଛନ୍ତି।

ଭାରତୀୟ ବୋଲରମାନେ ଇଂଲଣ୍ଡକୁ ୨୦୦ ରନ୍‌ ପୂରା କରିବାକୁ ସୁଯୋଗ ଦେଇ ନ ଥିଲେ। ଫଳରେ ଇଂଲଣ୍ଡ ହରାଇ ୧୯୮ ରନ୍‌ ସଂଗ୍ରହ କରଥିଲା। ୫ ଟେଷ୍ଟ ମ୍ୟାଚ୍‌ର ଶେଷ ମୁକାବିଲାରେ ମୋଇନ ଅଲି ୫୦ ରନ୍‌ ସଂଗ୍ରହ କରି ଭାରତର ୬ଷ୍ଠ ଶିକାର ହୋଇଥିଲେ। ଆରମ୍ଭରୁ ଇଂଲଣ୍ଡ ଭଲ ପ୍ରଦର୍ଶନ କରିଥିଲା। ଇଂଲଣ୍ଡ ୧୩୩ ରନ୍‌ରେ ଆଲିଷ୍ଟରକ କୁକ୍‌ ଓ ଅଧିନାୟକ ଜୋଏ ରୁଟ୍‌ ପାଭଲିଅନ୍‌ ଫେରିଥିଲେ। ୧୩୪ ରନ୍‌ରେ ଇଂଲଣ୍ଡ ଜନି ବେୟାରଷ୍ଟୋଙ୍କୁ ହରାଇଥିଲା। ସେହିଭଳି ୧୭୧ ରନ୍‌ରେ ବେନ୍‌ ଷ୍ଟେକସ୍‌, ୧୭୭ ରନ୍‌ରେ ଅଲି ଓ ୧୮୧ ରନ୍‌ରେ ସାମ୍‌ କୁରାନ୍‌ ଆଉଟ୍‌ ହୋଇ ପାଭଲିଅନ୍‌ ହୋଇଥିଲେ।

କୁକ୍‌(୭୧), ଜିନିଙ୍ଗସ୍‌(୨୩) ଓ ମୋଇନଙ୍କ ବ୍ୟତୀତ ଅନ୍ୟ ବ୍ୟାଟସ୍‌ମ୍ୟାନ୍‌ମାନେ ଖରାପ ପ୍ରଦର୍ଶନ କରିଥିବାରୁ ଇଂଲଣ୍ଡ ମୂଳ ଲକ୍ଷ୍ୟରେ ପହଞ୍ଚି ପାରି ନ ଥିଲା। ଭାରତ ପକ୍ଷରୁ ଈଶାନ୍ତ ଶର୍ମା ୩ଟି ଓ୍ଵିକେଟ୍‌ ନେଇ ଯଶପ୍ରୀତ ବୁମରା, ରବୀନ୍ଦ୍ର ଜାଦେଜା ୨-୨ ଓ୍ଵିକେଟ୍‌ ନେଇଛନ୍ତି।

ସମ୍ବନ୍ଧିତ ଖବର