ଓଭାଲ ଟେଷ୍ଟ: ଭାରତର ବ୍ୟାଟିଂ ଜାରି, ସ୍କୋର ୨୦୫/୬

ଲଣ୍ଡନ: ଓଭାଲ କ୍ରିକେଟ ଷ୍ଟାଡିୟମ୍‌ରେ ଇଂଲଣ୍ଡର ୩୩୨ ରନ୍‌ ଜବାବରେ ଭାରତ ୬ଟି ଓ୍ଵିକେଟ୍‌ ହରାଇ ବ୍ୟାଟିଂ ଜାରି ରଖିଛି। ୫ ମ୍ୟାଚ ଶୃଙ୍ଖଳାର ଅନ୍ତିମ ମୁକାବିଲାରେ ରବିବାର ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଟେଷ୍ଟ ମ୍ୟାଚ୍‌ରେ ଡେବ୍ୟୁ କରିଥିବା ହନୁମା ବିହାରୀ ଓ ରବୀନ୍ଦ୍ର ଜାଦେଜା କ୍ରିଜରେ ଅଛନ୍ତି। ଭାରତର ସ୍କୋର ୬୫ ଓଭରରେ ୨୦୫ ରନ୍‌ ହୋଇଛି। ଫଳରେ ଇଂଲଣ୍ଡ ଠାରୁ ଭାରତ ୧୨୭ ରନ୍‌ ପଛରେ ରହିଛି।

ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି(୪୯) ଶନିବାର ଅର୍ଦ୍ଧଶତକ ହାସଲ କରିପାରି ଆଉଟ୍‌ ହୋଇ ପାଭଲିଅନ୍‌ ଫେରିଥିଲେ। ସେହିଭଳି ଓପନର ଲୋକେଶ ରାହୁଲ(୩୭) ଓ ଚେତେଶ୍ୱର ପୂଜାରା(୩୭) ରନ୍‌ ସଂଗ୍ରହ କରି ଆଉଟ୍‌ ହୋଇଥିଲେ। ଶିଖର ଧାଓ୍ଵନ ୩ ରନ୍‌, ଆଜିଙ୍କ୍ୟ ରାହାଣେ (୦) ଋଷଭ ପନ୍ଥ ୫ ରନ୍‌ ଯୋଡ଼ି ଆଉଟ୍‌ ହୋଇଥିଲେ।

ଇଂଲଣ୍ଡର ବୋଲର ଜେମ୍ସ ଆଣ୍ଡରସନ୍‌ ଓ ବେନ୍‌ ଷ୍ଟେକସ୍‌ଙ୍କୁ ୨-୨ଟି ଓ୍ଵିକେଟ୍‌ ମିଳିଛି। ସେହିପରି ଷ୍ଟୁଆର୍ଟ ବ୍ରୋଡ଼ ଓ ସାମ୍‌ କୁରେନଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଛନ୍ତି।

ଦ୍ୱିତୀୟ ଦିନ ପ୍ରଥମ ଇନିଂସରେ ୩୩୨ ରନ୍‌ରେ ଅଲ୍‌ଆଉଟ୍‌ ହୋଇଛି। ଜୋସ୍‌ ବଟଲର୍‌ ୧୩୩ ବଲ୍‌ ଖେଳି ୮୯ ରନ୍‌ ସଂଗ୍ରହ କରିଛନ୍ତି। ରବୀନ୍ଦ୍ର ଜାଦେଜାଙ୍କ ବଲ ଆଜିଙ୍କ୍ୟ ରାହାଣେଙ୍କୁ କ୍ୟାଚ ଦେଇ ବଟଲର୍‌ ଆଉଟ୍‌ ହୋଇଛନ୍ତି। ଇଂଲଣ୍ଡ ୮ମ ଓ୍ଵକେଟ୍‌ରେ ଆଦିଲ ରସିଦଙ୍କୁ ହରାଇଛି। ରସିଦ ୧୫ ରନ୍‌ ଯୋଡ଼ିବା ପରେ ଜସପ୍ରୀତ ବୁମରାଙ୍କ ଦ୍ୱାରା ଏଲବିଡବ୍ଳ ହୋଇ ପାଭଲିଅନ୍‌ ଫେରିଛନ୍ତି। ନବମ ଓ୍ଵିକେଟ୍‌ରେ ଇଂଲଣ୍ଡ ୯୮ ରନ୍‌ ସଂଗ୍ରହ କରିଥିଲା। ଷ୍ଟୁଆର୍ଟ ବ୍ରୋଡ ୩୮ ରନ୍‌ ସଂଗ୍ରହ କରି ପାଭଲିଅନ୍‌ ଫେରିଛନ୍ତି। ଭାରତ ପକ୍ଷରୁ ରବୀନ୍ଦ୍ର ଜାଦେଜା ୪ଟି ଓ୍ଵିକେଟ୍‌ ନେଇଛନ୍ତି। ସେହିଭଳି ଈଶାନ୍ତ ଶର୍ମା ଓ ଜସପ୍ରୀତ ବୁମରା ୩-୩ ଓ୍ଵିକେଟ ନେଇଛନ୍ତି।

ସମ୍ବନ୍ଧିତ ଖବର