ବିଶ୍ବକପ୍‌ ଫାଇନାଲ୍‌ ଓଭର ଥ୍ରୋ’ର ସମୀକ୍ଷା ହେବ

ଲଣ୍ଡନ,: ଗତ ଦିନିକିଆ ବିଶ୍ବକପ୍‌ ଫାଇନାଲ୍‌ରେ ଇଂଲଣ୍ଡର ବେନ୍‌ ଷ୍ଟୋକ୍ସ ଏବଂ ନ୍ୟୁଜିଲାଣ୍ଡ୍‌ର ମାର୍ଟିନ୍‌ ଗପ୍ଟିଲ ସଂପୃକ୍ତ ଥିବା ଓଭର ଥୋ’ ଘଟଣା ସେତେବେଳେ ଚର୍ଚ୍ଚାରେ ଥିଲା ବେଳେ ଏବେ ତା’ର ସମୀକ୍ଷା କରିବାକୁ ଏମ୍‌ସିସି ବିଶ୍ବ କ୍ରିକେଟ୍‌ କମିଟି (ଡବ୍ଲୁସିସି) ନିଷ୍ପତ୍ତି ନେଇଛି। ଏହି ସମୀକ୍ଷା ଆସନ୍ତା ସେପ୍ଟେମ୍ବରରେ କରାଯିବ ବୋଲି ସୋମବାର ଏକ ‌ବୖଠକରେ ନିଷ୍ପତ୍ତି ନିଆଯାଇଛି। ବିଶ୍ବକପ୍‌ ଫାଇନାଲ୍‌ର ଓଭର ଥ୍ରୋ ଘଟଣାକୁ ନେଇ ଅମ୍ପାୟାର କୁମାର ଧର୍ମସେନା ଇଂଲଣ୍ଡକୁ ୬ ରନ୍‌ ଦେବାକୁ ବିଶ୍ବ ଗଣମାଧ୍ୟମ ଓ କ୍ରିକେଟ୍‌ ଦୁନିଆ ନାପସନ୍ଦ କରିଥିଲେ। ଧର୍ମସେନାଙ୍କ ଏହି ଅତିରିକ୍ତ ୪ ରନ୍‌ ନିଷ୍ପତ୍ତି ନ୍ୟୁଜିଲାଣ୍ଡ ବିରୋଧରେ ଯାଇଥିଲା। ଫଳରେ ନ୍ୟୁଜିଲାଣ୍ଡ ନିଶ୍ଚିତ ବିଜେତା ହେବାରୁ ବଞ୍ଚିତ ହୋଇଥିଲା। ଅବଶ୍ୟ ଧର୍ମସେନା ଏହା ତାଙ୍କର ତ୍ରୁଟି ଥିଲା ବୋଲି ଦିନକ ପରେ ସ୍ବୀକାର କରିଥିଲେ ମଧ୍ୟ ପରେ ଆଇସିସି ତାଙ୍କୁ ସମର୍ଥନ ଦେଇଥିବା କହିଥିଲେ। ତେବେ ଆଇସିସିର ଆଇନ ଏନେଇ ସ୍ପଷ୍ଟ ଥିବା ସତ୍ତ୍ବେ ଆଇନ ଉପକମିଟି ଦ୍ବାରା ପ୍ରସଙ୍ଗର ସମୀକ୍ଷା କରାଯିବ ବୋଲଇ ମେରିଲବୋନ୍‌ କ୍ରିକେଟ୍‌ କ୍ଲବ୍‌ (ଏମ୍‌ସିସି) ଏକ ବିବୃତିରେ କହିଛି।

ସମ୍ବନ୍ଧିତ ଖବର