ପଡ଼ିଆକୁ ବନ୍ଧୁକଧରି ପଶିଲେ ଫୁଟ୍‌ବଲ୍‌ ଦଳର ମାଲିକ

ରୋମ୍‌: ଫୁଟ୍‌ବଲ୍‌ ପଡ଼ିଆରେ ଗତ ରବିବାର ଏକ ଅଭାବନୀୟ କାଣ୍ଡ ଦେଖିବାକୁ ମିଳିଥିଲା। ଗ୍ରିସ୍‌ ସୁପରଲିଗ୍‌ ବେଳେ ପିଏଓକେ ସାଲୋନିକା କ୍ଲବ୍‌ର ମାଲିକ ଇଭାନ ସାଭିଦେସ ବନ୍ଧୁକଧରି ପଶି ନିଜର ଔଧତ୍ୟ ପଣିଆ ଦେଖାଇଥିଲେ। ଏହି ଅଶୋଭନୀୟ କାର୍ଯ୍ୟପାଇଁ ମଙ୍ଗଳବାର ଏହି ଦଳକୁ ଅନିଶ୍ଚିତ ଦିନ ପାଇଁ ନିଲମ୍ବିତ କରାଯାଇଛି। ରବିବାର ଏଇକେ ଏଥେନ୍ସ ଏବଂ ସାଲୋନିକା ମ୍ୟାଚ୍‌ ବେଳେ ଏକ ଅଫ୍‌ସାଇଡ୍‌କୁ ନେଇ ସାଭିଦେସ ନିଜର ଅସନ୍ତୋଷ ଦେଖାଇଥିଲେ। ଏହାକୁ ବିରୋଧ କରି ସେ ପଡ଼ିଆକୁ ବନ୍ଧୁକ ଧରି ପଶି ରେଫରି ଏବଂ ବିପକ୍ଷ ଖେଳାଳିଙ୍କୁ ଡରାଇଥିଲେ। ଏହି ସମୟରେ ସ୍ଥାନୀୟ ପୋଲିସ ତାଙ୍କୁ କାବୁ କରି ନେଇଥିଲା। ଏହି କାଣ୍ଡ କରିବା ପରେ ସାଭିଦେସ ଭୁଲ ପାଇଁ କ୍ଷମା ମାଗିଛନ୍ତି। ପଡ଼ିଆକୁ ପ୍ରବେଶ କରିବା ମୋର ଅଧିକାର ନାହିଁ କି କାହାକୁ ମାରିବା, ଧମକ ଦେବା ମୋର ଉଦ୍ଦେଶ୍ୟ ନଥିଲା ବୋଲି ସାମିଦେସ ନିଜ ପକ୍ଷ ରଖି କହିଛନ୍ତି।

ସମ୍ବନ୍ଧିତ ଖବର