ପଦାର୍ପଣ ଶତକରୁ ଅଭିଯାନ

୧୦୨ ଜଣ କ୍ରିକେଟ୍‌ର ଟେଷ୍ଟ୍‍ ପଦାର୍ପଣରେ ଶତକ ହାସଲ କରିଛନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଯେଉଁ ୧୦ ଜଣ ଇଂଲଣ୍ଡ ବ୍ୟାଟସମ୍ୟାନ୍‌ ଏଭଳି କରିଛନ୍ତି ସେମାନଙ୍କ ମଧ୍ୟରୁ ଅନେକ ହଜି ଯାଇଥିଲେ ବି କୁକ୍‌ ନିଜକୁ ପ୍ରମାଣିତ କରି ଯାଇଛନ୍ତି। ୨୦୦୫-୦୬ ଭାରତ ଗସ୍ତରେ ମାର୍କସ ଟ୍ରେସ୍କୋଥିକ୍‌ଙ୍କ ଆହତ କାରଣରୁ ଜରୁରି ବିକଳ୍ପ ଭାବେ ଆସିଥିବା କୁକ୍‌ ଏକାଧିକ ଯାତ୍ରା ସହିତ ଆଣ୍ଟିଗୁଆରୁ ନାଗପୁର ପହଞ୍ଚିବାର ୨୪ ଘଣ୍ଟା ଭିତରେ ପଦାର୍ପଣ କରିଥିଲେ। ନାଗପୁରରେ ସେ ୬୦ ଏବଂ ୧୦୪ ରନ୍‌ କରି ଟେଷ୍ଟ୍‍ କ୍ରିକେଟ୍‌କୁ ଧମାକାଦାର ପ୍ରବେଶ କରିଥିଲେ। ଭାରତର ଦୁଇ ମହାନ ସ୍ପିନର୍‌ ଅନିଲ କୁମ୍ବଲେ ଏବଂ ହରଭଜନ ସିଂହଙ୍କ ସହିତ ଭାରତୀୟ ବୋଲରଙ୍କ ବିପକ୍ଷରେ ସେ ମୋଟ ସାଢ଼େ ୯ ଘଣ୍ଟା ବ୍ୟାଟିଂ କରିଥିଲେ। କେବଳ ସେତିକି ନୁହେଁ ଘରୋଇ ମାଟିରେ ପଦାର୍ପଣ ବେଳକୁ ଏହା ତାଙ୍କର ଥିଲା ଷଷ୍ଠ ଟେଷ୍ଟ୍‍। ଟ୍ରେସ୍କୋଥିକଙ୍କ ପ୍ରତ୍ୟାବର୍ତନ କାରଣରୁ ସେ ୩ ନମ୍ବର ସ୍ଥାନରେ ଖେଳିଥିଲେ ମଧ୍ୟ ଲର୍ଡସରେ ଶ୍ରୀଲଙ୍କା ବିପକ୍ଷରେ ୮୯ ରନ୍‌ ସହ ଶତକରୁ ବଞ୍ଚିତ ହୋଇଥିଲେ। ଅଧିନାୟକ ଭାବେ ବ୍ୟକ୍ତିଗତ ଶ୍ରେଷ୍ଠ ୧୭୩ ରନ୍‌ ସେ ୨୦୧୦ରେ ବାଂଲାଦେଶ ବିପକ୍ଷ ଚଟ୍ଟଗାଁଓ ଟେଷ୍ଟ୍‍ରେ ହାସଲ କରିଥିଲେ। ନିଜର ୧୦୦ତମ ଟେଷ୍ଟରେ ଆସେସ୍‌ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ କୁକ୍‌। ଏସିଆ ମହାଦେଶରେ ୨୧ ଟେଷ୍ଟ୍‍ରୁ ୮ ଶତକ ହାସଲ କରିବା ଅନେକ ଇଂଲଣ୍ଡ୍‌ ବ୍ୟାଟସମ୍ୟାନ୍‌ଙ୍କୁ ପଛରେ ପକାଇ ଦେଇଥିଲା। ନିଜର ୧୨୮ ନମ୍ବର ଟେଷ୍ଟ୍‍ରେ ୧୦,୦୦୦ ରନ୍‌ ମାଇଲଖୁଣ୍ଟ୍‌ ଅତିକ୍ରମ କରିଥିଲେ। ଖେଳ ଜୀବନ ଅବସରରେ ଲଗାତାର ୧୫୩ ଟେଷ୍ଟ୍‍ ଖେଳି ଆଲାନ୍‌ ବର୍ଡରଙ୍କ କୀର୍ତିମାନ କାଟିଥିଲେ।

ସମ୍ବନ୍ଧିତ ଖବର