ଅନୁସନ୍ଧାନ କରୁଥିବା ବର୍ଗ

ଖେଳ

ଆଲ୍ ବାୟତ ଷ୍ଟାଡିୟମ୍‌ ନିର୍ମାଣ ପଛରେ ଭାରତୀୟ ଇଂଜିନିୟର

ଦୋହା: ଫିଫା ପୁରୁଷ ବରିଷ୍ଠ ବିଶ୍ବକପ୍‌ରେ ଭାରତ ଖେଳିବା ଦୁଃସ୍ବପ୍ନ ଭଳି ଥିବାବେଳେ ଚଳିତ କାତାର-୨୦୨୨ ବିଶ୍ବକପ୍‌ରେ କିନ୍ତୁ ଭାରତୀୟଙ୍କ ସମ୍ପୃକ୍ତି ଚର୍ଚ୍ଚାରେ ରହିଛି। ବିଶ୍ବକପ୍‌ ଖେଳାଯାଉଥିବା ସମସ୍ତ ୮ ଷ୍ଟାଡିୟମ୍‌ ନିର୍ମାଣ ପଛରେ ବହୁ ଭାରତୀୟ ଶ୍ରମିକଙ୍କ ଝାଳବୁହା ପରିଶ୍ରମ…
ଅଧିକ ଖବର ଦେଖନ୍ତୁ...

ସ୍ପେନ୍‌ ଦଳରୁ ବାଦ୍‌ ପଡ଼ିଲେ ଗୟା, ଆଲେଜ‌ାଣ୍ଟ୍ରୋ ସାମିଲ

ଦୋହା: ସ୍ପେନ୍‌ର ଡିଫେଣ୍ଡର୍‌ ଜୋସ୍‌ ଗୟା ଆହତ ଯୋଗୁଁ ଫିଫା ବିଶ୍ବକପ୍‌ ଦଳରୁ ବାଦ୍‌ ପଡ଼ିଛନ୍ତି। ଜୋର୍ଡାନ୍‌ରେ ଅଭ୍ୟାସ ସମୟରେ ତାଙ୍କ ଗୋଇଠି ମୋଡ଼ି ହୋଇଯିବାରୁ ସେ ବିଶ୍ବକପ୍‌ରେ ଖେଳିପାରିବେନି ବୋଲି ଦଳ ପକ୍ଷରୁ କୁହାଯାଇଛି। ତାଙ୍କ ସ୍ଥାନରେ ୧୯ ବର୍ଷିୟ ଆଲେଜାଣ୍ଟ୍ରୋ…
ଅଧିକ ଖବର ଦେଖନ୍ତୁ...

‘ଟାଇ’ ପରେ ଶୃଙ୍ଖଳା ଜିତିଲା ଭାରତ, ଡିଏଲ୍‌ଏସ୍‌ ପାର୍‌ ସ୍କୋର୍‌‌ରେ ତୃତୀୟ ଟାଇ

ନାପିଅର୍‌: ଭାରତ ଓ ନ୍ୟୁଜିଲାଣ୍ଡ୍‌ ମଧ୍ୟରେ ମଙ୍ଗଳବାର ଖେଳାଯାଇଥିବା ତୃତୀୟ ତଥା ଶେଷ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ବର୍ଷା ବାଧକ ସାଜିଥିଲା। ବର୍ଷା ଯୋଗୁଁ ଏହି ମ୍ୟାଚ୍‌ ୪୦ ମିନିଟ୍ ବିଳମ୍ବରେ ଆରମ୍ଭ ହୋଇଥିଲା। ଏଥିରେ ଟସ୍‌ ଜିତି ଘରୋଇ ଦଳ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା।…
ଅଧିକ ଖବର ଦେଖନ୍ତୁ...

ପର୍ତ୍ତୁଗାଲ୍‌ ସବୁଠୁ ଶ୍ରେଷ୍ଠ ଦଳ, ପଡ଼ିଆରେ ପ୍ରମାଣିତ କରିବୁ: ରୋନାଲ୍ଡୋ

ଦୋହା: ଗତ କିଛି ଦିନ ହେବ ପର୍ତ୍ତୁଗାଲ୍‌ ଫରୱାର୍ଡ କ୍ରିଷ୍ଟିଆନୋ ରୋ‌ନାଲ୍ଡୋ ଏକ ଟେଲିଭିଜନ୍‌ ଚ୍ୟାନେଲ୍‌କୁ ଦେଇଥିବା ସାକ୍ଷାତକାରକୁ ନେଇ ଚର୍ଚ୍ଚାରେ ରହିଥିଲେ। ମାଞ୍ଚେଷ୍ଟର ୟୁନାଇଟେଡ୍‌ ତାଙ୍କ ସହ ବିଶ୍ବାସଘାତ କରିଛି ଓ କ୍ଲବ୍‌ରୁ ବାହାରି ଯିବାକୁ ବାଧ୍ୟ କରାଯାଇଥିବା ଉକ୍ତ…
ଅଧିକ ଖବର ଦେଖନ୍ତୁ...

ବଡ଼ ବିପର୍ଯ୍ୟୟ: ଆର୍ଜେଣ୍ଟିନାକୁ ହରାଇଲା ସାଉଦି ଆରବ

ଲୁସାଇଲ୍: ଫିଫା ବିଶ୍ବକପ୍‌ ତୃତୀୟ ଦିବସର ପ୍ରଥମ ମ୍ୟାଚ୍‌ରୁ ଅପ୍ରତ୍ୟାଶିତ ଫଳ ମିଳିଛି। ୨ ଥର ବିଜେତା ତଥା କିଂବଦନ୍ତି ଲିଓନେଲ୍ ‌ମେସିଙ୍କ ଆର୍ଜେଣ୍ଟିନା ଦଳକୁ ସାଉଦି ଆରବ ଆଶ୍ଚର୍ଯ୍ୟଜନକ ଭାବେ ୨-୧ରେ ହରାଇ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛି। ବିଶ୍ବକପ୍‌ ମଇଦାନରେ ପ୍ରଥମ ଥର ମୁହାମୁହିଁ…
ଅଧିକ ଖବର ଦେଖନ୍ତୁ...

ମେକ୍ସିକୋକୁ ପରାଜୟରୁ ରକ୍ଷା କଲେ ଗୁଲେର୍ମୋ

ଦୋହା: ପଞ୍ଚମ ବିଶ୍ବକପ୍‌ ଖେଳୁଥିବା ମେକ୍ସିକୋ ଗୋଲ୍‌ରକ୍ଷକ ଗୁଲେର୍ମୋ ଓଚୋଆ ଅଭିଜ୍ଞତା ଓ ଦକ୍ଷତାର ପ୍ରମାଣ ଦେଇ ମଙ୍ଗଳବାର ନିଜ ଦଳକୁ ପରାଜୟରୁ ରକ୍ଷା କରିଛନ୍ତି। ଷ୍ଟାଡିୟମ୍‌ ୯୭୪ରେ ଗ୍ରୁପ୍‌ ସି’ର ମ୍ୟାଚ୍‌ରେ ଗୁଲେର୍ମୋଙ୍କ ଦମ୍‌ଦାର ସେଭ୍‌ ବଳରେ ମେକ୍ସିକୋ ଓ ପୋଲାଣ୍ଡ…
ଅଧିକ ଖବର ଦେଖନ୍ତୁ...

ନୂଆ ଫର୍ମାଟ୍‌ରେ ହେବ ୨୦୨୪ ଟ୍ବେଣ୍ଟି-୨୦ ବିଶ୍ବକପ୍‌

ଦୁବାଇ: ୱେଷ୍ଟ୍‌ଇଣ୍ଡିଜ୍‌ ଓ ଆମେରିକା ମିଳିତ ଭାବେ ଆଗାମୀ ୨୦୨୪ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଆୟୋଜନ କରିବେ। ହେଲେ ପୂର୍ବ ଦୁଇ ସଂସ୍କରଣ ତୁଳନାରେ ଏହି ବିଶ୍ବକପ୍‌ ନୂଆ ଫର୍ମାଟ୍‌ରେ ଖେଳାଯିବ। ପ୍ରଥମେ ୨୦ ଦଳକୁ ନେଇ ପ୍ରଥମ ରାଉଣ୍ଡ୍‌ ଖେଳାଯିବ। ଏଥିରେ ୫ ଲେଖାଏଁ ଦଳକୁ ନେଇ ୪ଟି ଗ୍ରୁପ୍‌…
ଅଧିକ ଖବର ଦେଖନ୍ତୁ...

ହେଡ୍‌ ଓ ୱାର୍ଣ୍ଣରଙ୍କ ଦ୍ବିଶତକୀୟ ଭାଗୀଦାରି, ଇଂଲଣ୍ଡ ୨୨୧ ରନ୍‌ରେ ପରାସ୍ତ

ମେଲ୍‌ବର୍ଣ୍ଣ: ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାକୁ ୩-୦ରେ ପୋଛିନେଇଛି ଅଷ୍ଟ୍ରେଲିଆ। ଏଥି ସହ ଘରୋଇ ଦଳ ଭ୍ରମଣକାରି ଇଂଲଣ୍ଡଠାରୁ ଟ୍ବେଣ୍ଟି-୨୦ ପରାଜୟର ମଧୁର ପ୍ରତିଶୋଧ ନେଇଯ‌ାଇଛି। ଅଷ୍ଟ୍ରେଲିଆ ମଙ୍ଗଳବାର ଖେଳାଯାଇଥିବା ବର୍ଷା ବାଧାପ୍ରାପ୍ତ ତୃତୀୟ ମ୍ୟାଚ୍‌କୁ…
ଅଧିକ ଖବର ଦେଖନ୍ତୁ...

ଓଲିଭର ଫ୍ରାନ୍ସର ସର୍ବାଧିକ ସ୍କୋର୍‌ର ସମକକ୍ଷ, ଅଷ୍ଟ୍ରେଲିଆ ୪-୧ ଗୋଲ୍‌ରେ ହାରିଲା

ଅଲ୍‌ ୱାକରା: ମଙ୍ଗଳବାର ଦୁଇଟି ଅମୀମାଂସିତ ମ୍ୟାଚ୍‌ ପରେ ବିଳମ୍ବିତ ରାତିରେ ଏକ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଥିଲା। ଅଲ୍‌ ଜାନବ ଷ୍ଟାଡିୟମ୍‌ରେ ଗ୍ରୁପ୍‌ ଡି’ର ଏକ ମ୍ୟାଚ୍‌ରେ ଫ୍ରାନ୍ସ ୪-୧ ଗୋଲ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିଛି। ଖେଳ…
ଅଧିକ ଖବର ଦେଖନ୍ତୁ...

କଳାହାଣ୍ଡି କପ୍‌ରେ ଅଙ୍କିତ, ସୁଲେମାନଙ୍କ ଶତକ

କଟକ: ଅନ୍ତଃଜିଲ୍ଲା କଳାହାଣ୍ଡି କପ୍ କ୍ରିକେଟ୍ ପ୍ରତିଯୋଗିତାରେ ମଙ୍ଗଳବାର ଓଡ଼ିଶା ଏ’କୁ କଟକ ଏ’, ଓଡ଼ିଶା ସି’କୁ ଝାରସୁଗୁଡା, ବାଲେଶ୍ବରକୁ ଓଡ଼ିଶା-ଇ, ଓଡ଼ିଶା ବି’କୁ ଭୁବନେଶ୍ବର-ଏ, ଓଡ଼ିଶା ଡି’କୁ ପୂର୍ବତଟ ରେଳବାଇ ଓ ‌ଭଦ୍ରକକୁ ଓଡ଼ିଶା-ଏଫ୍ ପାଳି ଅଗ୍ରଣୀ ଭିତ୍ତିରେ ହରାଇଛନ୍ତି।…
ଅଧିକ ଖବର ଦେଖନ୍ତୁ...