ପାକ୍ ବ୍ୟାଟସମ୍ୟାନଙ୍କ ମୁଣ୍ଡରେ ପୁଣି ବାଜିଲା ବାଉନ୍ସର ! କ୍ରିଜ୍ ଉପରେ ଗଳି ପଡ଼ିଲେ, ଜାଣନ୍ତୁ କ’ଣ ହେଲା ତା’ପରେ…..ଦେଖନ୍ତୁ ଭିଡିଓ

ଦୁବାଇ: କିଛି ଦିନ ପୂର୍ବରୁ ବାଉନ୍ସର ବଲ ମୁଣ୍ଡରେ ବାଜିବା ଫଳରେ ଅଷ୍ଟ୍ରେଲୀୟ ବ୍ୟାଟସମ୍ୟାନ ଫିଲିଫ୍ ହ୍ୟୁଗସଙ୍କର ମୃତ୍ୟୁ ହୋଇଥିବା ଖବର କ୍ରିକେଟ ପ୍ରେମୀଙ୍କ ମନରୁ ନ ଲିଭୁଣୁ ପୁଣି ଥରେ ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି । ଶୁକ୍ରବାର ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆ ମ୍ୟାଚରେ ଏଭଳି ବାଉନ୍ସର ବଲରେ ଗୁରୁତର ଆହତ ହୋଇଛନ୍ତି ପାକିସ୍ତାନୀ ବ୍ୟାଟସମ୍ୟାନ୍ ଇମାମ ଉଲ ହକ୍ । ଏହାପରେ ଖେଳ ଅଧାରୁ ତାଙ୍କୁ ପଡ଼ିଆ ଛାଡ଼ିବାକୁ ହୋଇଛି।

ପାକିସ୍ତାନ ପାଳିର ୧୩ ତମ ଓଭରରେ ଏଭଳି ଅଘଟଣ ଘଟିଛି । ୨୧୦ ରନର ଟାର୍ଗେଟକୁ ପିଛା କରୁଥିବା ପାକିସ୍ତାନ ୧୨ ତମ ଓଭର ଶେଷ ସୁଦ୍ଧା ୫୪ ରନ ସଂଗ୍ରହ କରି ଥିଲା । ତେବେ ୧୩ ତମ ଓଭର ପକାଉଥିବା ନ୍ୟୁଜିଲାଣ୍ଡ ବୋଲର ଲୋସକେଇ ଫରଗ୍ୟୁସନ ବୋଲିଂ କରୁଥିବା ବେଳେ ଷ୍ଟ୍ରାଇକରେ ଥିଲେ ଓପନର ଇମାମ ଉଲ ହକ୍ । କିନ୍ତୁ ଲୋସକେଇଙ୍କ ଏକ ସର୍ଟ ଲେନ୍ଥ ବାଉନ୍ସର ବଲକୁ ବୁଝି ପାରିନଥିଲେ ଇମାମ । ବଲକୁ ହୁକ୍ କରିବାକୁ ଯାଇ ସେ ବିଟ୍ ହୋଇଥିଲେ। ଫଳରେବଲ୍ ସିଧା ଯାଇ ଇମାମଙ୍କ ହେଲମେଟରେ ବାଜିଥିଲା।

ବଲ ବାଜିବା କ୍ଷଣି ତଳେ ପଡି ଯାଇଥିଲେ ଇମାମ । ବଲଟି ଏତେ ଜୋରରେ ବାଜିଥିଲା ଯେ, ଇମାମ ଠିକରେ ଛିଡା ମଧ୍ୟ ହୋଇପାରୁନଥିଲେ । ସେଠାରୁ ତାଙ୍କୁ ହସ୍ପିଟାଲ ନିଆଯାଇ ଚିକିତ୍ସା କରାଯାଇଛି । ପାକିସ୍ତାନ ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ସ୍କାନ ପରେ ଇମାମଙ୍କୁ ସେଭଳି ଜୋରରେ ଆଘାତ ଲାଗି ନ ଥିବା ସ୍ପଷ୍ଟ ହୋଇଛି ।

ତେବେ ଏହି ଘଟଣା ପାକ ଦଳର ମନୋବଳ ଉପରେ ବିଶେଷ ପ୍ରଭାବ ପକାଇ ପାରି ନ ଥିଲା। ମାତ୍ର ୪୦.୩ ଓଭରରେ ୪ ୱିକେଟ ହରାଇ ଏହି ମ୍ୟାଚକୁ ଜିତି ନେଇଥିଲା ପାକିସ୍ତାନ । ମ୍ୟାଚ ପରେ ସାଥି ଖେଳାଳି ସୋଏବ ମାଲିକ ଛାଡିଥିବା ଫଟୋରେ ଇମାମ ଉଲ ହକଙ୍କୁ ଦେଖିବାକୁ ମିଳିଛି । ଯେଉଁଥିରେ ସୋଏବ କହିଛନ୍ତି, ଇମାମ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ।

ସମ୍ବନ୍ଧିତ ଖବର