ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ କଥା କେହି ଶୁଣୁନାହାନ୍ତି, ଶେଷରେ ପାକିସ୍ତାନ ଟିମ ମଧ୍ୟ ତାଙ୍କ ପରାମର୍ଶକୁ ମାନିଲା ନାହିଁ

ଭୁବନେଶ୍ୱର : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ କଥା ଏବେ କେହି ଶୁଣୁନାହାନ୍ତି । ପାକିସ୍ତାନୀ ସେନା ତ କେବେ ମଧ୍ୟ ତାଙ୍କ କଥା ଶୁଣେ ନାହିଁ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ସେତେଟା ଗୁରୁତ୍ୱ ଦିଅନ୍ତି ନାହିଁ । ଏବେ ଶେଷକୁ ପାକିସ୍ତାନୀ କ୍ରିକେଟ ଟିମ ବି ତାଙ୍କ କଥା ଏ କାନରେ ପୁରାଇ ସେ କାନରେ ବାହାର କରିଦେଇଛି ।

 

ଟସ ଜିଣିଲେ ପାକିସ୍ତାନ ଟିମ ବ୍ୟାଟିଂ ନେବା ଉଚିତ ବୋଲି ଇମ୍ରାନ ଖାଁ ଏକାଧିକ ଟ୍ଵିଟ କରି ପରାମର୍ଶ ଦେଇଥିଲେ । ସେ କହିଥିଲେ ଯେ ଭାରତ ଏହି ମ୍ୟାଚରେ ଫେଭରିଟ୍‌ ଥିଲେ ମଧ୍ୟ ପାକିସ୍ତାନ ଦଳ ନିଜ ମନରୁ ଭୟ ଦୂର କରି ସକାରାତ୍ମକ ଭାବରେ ଓ ଆକ୍ରାମକ କ୍ରିକେଟ ଖେଳିବା ଆବଶ୍ୟକ । କାରଣ କ୍ରିକେଟ ଏକ ମାନସିକ ଖେଳ, ମନସ୍ତାତ୍ତ୍ୱିକ ଲଢେଇରେ ଯିଏ ଜିତିଲା ସେ ମ୍ୟାଚରେ ଆଧିପତ୍ୟ ବିସ୍ତାର କରିବ । ଏଣୁ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ଭାରତ ଉପରେ ଚାପ ସୃଷ୍ଟି କରିବା ଆବଶ୍ୟକ । କିନ୍ତୁ ପାକିସ୍ତାନୀ ଦଳ ଏହାକୁ କାନରେ ନ ପୁରାଇ ଭାରତକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି ।

ସମ୍ବନ୍ଧିତ ଖବର