ବିଶ୍ୱକପ : ଟସ ଜିଣି ଅଷ୍ଟ୍ରେଲିଆକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ପାକିସ୍ତାନ

ଟଣ୍ଟ୍ରନ : ଟଣ୍ଟ୍ରନ (ଇଂଲାଣ୍ଡ)ର ଦ କୁପର ଆସୋସିଏଟ୍ସ କାଉଣ୍ଟି ଗ୍ରାଉଣ୍ଡରେ ଆଜି ବିଶ୍ୱକପ କ୍ରିକେଟର ୧୭ତମ ମ୍ୟାଚ ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଖେଳାଯାଉଛି । ଟସ ଜିଣି ପାକିସ୍ତାନ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ନିଜର ପୂର୍ବ ମ୍ୟାଚରେ ଭାରତଠାରୁ ହାରି ଅଷ୍ଟ୍ରେଲିଆ ପୁଣି ପ୍ରତ୍ୟାବର୍ତ୍ତନ କରିବାକୁ ଉଦ୍ୟମ କରିବ ।

ସେହିପରି ପାକିସ୍ତାନ ଦଳ ଏପର୍ଯ୍ୟନ୍ତ ୩ଟି ମ୍ୟାଚ ଖେଳିଥିବାବେଳେ ଗୋଟିଏ ବିଜୟ ଓ ଗୋଟିଏ ପରାଜୟ ବରଣ କରିଛ ି । କିନ୍ତୁ ଗୋଟିଏ ମ୍ୟାଚରେ ପ୍ରବଳ ବର୍ଷା ହେବାରୁ ତାହାକୁ ବାତିଲ କରିବାକୁ ପଡିଥିଲା । ଅନ୍ୟପକ୍ଷରେ ପାକିସ୍ତାନ ନିଜର ପ୍ରଥମ ମ୍ୟାଚରେ େଓ୍ଵଷ୍ଟଇଣ୍ଡିଜଠାରୁ ହାରିଥିବାବେଳେ ଶକ୍ତିଶାଳୀ ଇଂଲାଣ୍ଡ ବିରୋଧରେ ଜୋରଦାର ପ୍ରତ୍ୟାବର୍ତ୍ତନ କରିଥିଲା । ଅଷ୍ଟ୍ରେଲିଆ ଦଳ ଏପର୍ଯ୍ୟୟନ୍ତ ୩ଟି ମ୍ୟାଚ ଖେଳି ୨ଟିରେ ବିଜୟ ହାସଲ କରିଥିବାବେଳେ ଭାରତ ବିପକ୍ଷ ମ୍ୟାଚରେ ପରାଜିତ ହୋଇଥିଲା । ଅଷ୍ଟ୍ରେଲିଆ ଏପର୍ଯ୍ୟନ୍ତ ୪ ପଏଣ୍ଟ ପାଇଥିବାବେଳେ ପାକିସ୍ତାନ ୩ ପଏଣ୍ଟ ପାଇଛି ।

ସମ୍ବନ୍ଧିତ ଖବର