ଅ‌ଷ୍ଟ୍ରେଲିଆକୁ ୩-୦ରେ ହରାଇଲା ପାକିସ୍ତାନ

ଦୁବାଇ: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ତଥା ଶେଷ ‌ଟ୍ବେଣ୍ଟି-୨୦କୁ ପାକିସ୍ତାନ ୩୩ ରନ୍‌ରେ ଜିତି ନେଇଛି। ତା’ ସହ ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ୩-୦ରେ ପୋଛି ନେଇଛି। ଶନିବାର ବିଳମ୍ବିତ ରାତିରେ ଶେଷ ହୋଇଥିବା ତୃତୀୟ ଟ୍ବେଣ୍ଟି-୨୦ରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୫୦ ରନ୍ କରିଥିଲା। ଏହାର ଜବାବରେ ଅଷ୍ଟ୍ରେଲିଆ ୧୯.୧ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୧୧୭ ରନ୍ କରି ପାରିଥିଲା। ୩ ୱିକେଟ୍ ନେଇଥିବା ସଦାବ ଖାନ୍ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଏହା ପୂର୍ବରୁ ଅନୁଷ୍ଠିତ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାକୁ ପାକିସ୍ତାନ ୧-୦ରେ ଜିତି ନେଇଥିଲା।

ସମ୍ବନ୍ଧିତ ଖବର