‘ଚାପରେ ପାକିସ୍ତାନ’ ଭାରତ ମ୍ୟାଚ୍ ପୂର୍ବରୁ କ୍ଷେତ୍ରରକ୍ଷଣ ସୁଧାରିବାକୁ ହେବ: ସର୍ଫରାଜ

ଟନ୍‌ଟନ୍‌: ଅଷ୍ଟ୍ରେଲିଆ ନିକଟରୁ ହାରିଯିବା ପରେ ପାକିସ୍ତାନ ପାଇଁ ଏବେ ଭାରତ ବିପକ୍ଷ ମ୍ୟାଚ୍‌ର ଗୁରୁତ୍ବ ବଢ଼ିଯାଇଛି। ଏହି ମ୍ୟାଚ୍‌କୁ ଏକ ଉଚ୍ଚ ଚାପ ମୁକାବିଲାର ଆଖ୍ୟା ଦେଇଛନ୍ତି ପାକିସ୍ତାନର ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ଇମାମ୍ ଉଲ୍ ହକ୍‌। ସର୍ଫରାଜ ଅହମ୍ମଦ ଏବଂ ୱାହବ୍‌ ରିଆଜଙ୍କ ବିଳମ୍ବିତ ଆକ୍ରମଣ ସତ୍ତ୍ବେ ପାକିସ୍ତାନ ବୁଧବାର ଅଷ୍ଟ୍ରେଲିଆ ନିକଟରୁ ୪୧ ରନ୍‌ରେ ହାରିଯାଇଥିଲା। ପଏଣ୍ଟ ତାଲିକାର ଅଷ୍ଟମ ସ୍ଥାନକୁ ଖସିଥିବାରୁ ୧୯୯୨ ବିଜେତା ଏହି ଦଳକୁ ମଧ୍ୟ ଅଡୁଆ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି। ସୂଚନାଯୋଗ୍ୟ, ପାକିସ୍ତାନ ନିଜର ପରବର୍ତୀ ମ୍ୟାଚ୍‌ ରବିବାର ଭାରତ ସହିତ ଓଲ୍ଡ ଟ୍ରାଫୋର୍ଡରେ ଖେଳିବ। ଆମକୁ‌ ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ ବର୍ଷାରେ ହରାଇବାକୁ ପଡ଼ିଲା। ଏବେ କେବଳ ଭାରତ ନୁହେଁ ପ୍ରତିଟି ମ୍ୟାଚ୍‌ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିବ ବୋଲି ଇମାମ୍ କହିଛନ୍ତି। ମାଞ୍ଚେଷ୍ଟର୍‌ରେ ବହୁ ପାକିସ୍ତାନ ପ୍ରଶଂସକ ରହିଥିବାରୁ ଏହି ମ୍ୟାଚ୍‌ ନିଶ୍ଚିତ ଚାପଭରା ରହିବ। ମୁଁ କିନ୍ତୁ ଏହି ମ୍ୟାଚ୍‌କୁ ନେଇ ଢେର ଉତ୍ସାହିତ। ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ବହୁ ରହସ୍ୟ ରହିଛି। ଆମେ କିନ୍ତୁ କ୍ରିକେଟ୍ ଉପରେ ଏକାଗ୍ର ରହିଛୁ ଏବଂ ଉନ୍ନତ ପ୍ରଦର୍ଶନ କରିବାକୁ ଆଗ୍ରହୀ ବୋଲି ଇମାମ୍ କହିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ଭଲ ବିଜୟ ପାଇଁ ମୁଁ ପ୍ରସ୍ତୁତ ଥିବାବେଳେ ଆଉଟ୍ ହୋଇଯିବାରୁ ଆଶ୍ଚର୍ଯ୍ୟ ଲାଗିଥିଲା। ମହମ୍ମଦ ହାଫିଜଙ୍କ ସହିତ ଭଲ ଭାଗୀଦାରି କରିବା ସହିତ ଅର୍ଧଶତକ ପୂର୍ଣ୍ଣ କରିଥିବା ଇମାମ୍‌ ଆଉଟ୍ ହୋଇଯିବାରୁ ପାକିସ୍ତାନ ସମ୍ଭାବ୍ୟ ବିଜୟଠାରୁ ଦୂରେଇ ଯାଇଥିଲା। ପ୍ୟାଟ କମିନ୍ସଙ୍କ ବଲରେ ଆଉଟ୍ ହେବା ପୂର୍ବରୁ ସେ ୭୫ ବଲରୁ ୫୩ ରନ୍ କରିଥିଲେ।

ସମ୍ବନ୍ଧିତ ଖବର