ଏସିଆ କପ୍‌ ପାଇଁ ପାକିସ୍ତାନ ଦଳ ଘୋଷିତ

ହାଫିଜ୍‌, ଓ୍ଵାସିମ୍‌ ବାଦ୍‌; ମସୁଦ୍‌ ସାମିଲ

କରାଚି: ଆସନ୍ତା ୧୫ ତାରିଖରୁ ୟୁଏଇରେ ଆୟୋଜିତ ଏସିଆ କପ୍‌ ପାଇଁ ମଙ୍ଗଳବାର ପାକିସ୍ତାନ ତା’ର ଦଳ ଘୋଷଣା କରିଛି। ଭାରତ ସହ ଗୋଟିଏ ଗ୍ରୁପ୍‌ରେ ସାମିଲ ଥିବା ପାକିସ୍ତାନ ତା’ର ୧୬ ଜଣିଆ ଦଳରୁ ଅଭିଜ୍ଞ ଅଲ୍‌ରାଉଣ୍ଡର ମହମ୍ମଦ ହାଫିଜ୍‌ ଓ ଦ୍ରୁତ ବୋଲର ଇମାଦ୍‌ ଓ୍ଵାସିମ୍‌ଙ୍କୁ ବାଦ୍‌ ଦେଇଥିଲା ବେଳେ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ସନ୍‌ ମସୁଦ୍‌ଙ୍କୁ ସାମିଲ କରିଛି। ଦଳରେ ଫହିମ୍‌ ଅସ୍ରଫ୍‌, ହାସନ୍‌ ଅଲ୍ଲୀ, ଉସ୍‌ମାନ ଖାନ୍‌, ମହମ୍ମଦ ଆମୀର, ସାହିନ୍‌ ଆଫ୍ରିଦି ଓ ଜୁନେଦ୍‌ ଖାନ୍‌ଙ୍କ ରୂପରେ ୬ ଦ୍ରୁତ ବୋଲର ସାମିଲ ହୋଇଛନ୍ତି। ତେବେ ଜିମ୍ବାେଓ୍ଵ ବିପକ୍ଷ ଶୃଙ୍ଖଳାରେ ସାମିଲ ଥିବା ୟାସିର୍‌ ଶାହା ଏସିଆ କପ୍‌ରୁ ବାଦ୍‌ ପଡ଼ିଛନ୍ତି।

ଯୋଗ୍ୟତା ପର୍ଯ୍ୟାୟରୁ ଆସିଥିବା ଦଳ ସହ ସେପ୍ଟେମ୍ବର ୧୬ ତାରିଖରେ ପ୍ରଥମ ମ୍ୟାଚ୍‌ ଖେଳି ପାକିସ୍ତାନ ଏସିଆ କପ୍‌ ଅଭିଯାନ ଆରମ୍ଭ କରିବ। ସେପ୍ଟେମ୍ବର ୧୯ ତାରିଖରେ ଭାରତ-ପାକିସ୍ତାନ ମୁହାଁମୁହିଁ ହେବେ।
ପାକିସ୍ତାନ ଦଳ: ସର୍ଫରାଜ ଖାନ୍‌ (ଅଧିନାୟକ/ଓ୍ଵିକେଟ୍‌ରକ୍ଷକ), ଫକର ଜମନ୍‌, ଇମାମ୍‌ ଉଲ୍‌ ହକ୍‌, ସନ୍‌ ମସୁଦ୍‌, ବାବର ଆଜମ୍‌, ସୋଏବ୍‌ ମଲ୍ଲିକ, ହାରିସ୍‌ ସୋହେଲ୍‌, ଆସିଫ୍‌ ଅଲ୍ଲୀ, ମହମ୍ମଦ ନଓ୍ଵାଜ୍‌, ଫହିମ୍‌ ଅସ୍ରଫ୍‌, ସାଦବ୍‌ ଖାନ୍‌, ମହମ୍ମଦ ଆମୀର, ହାସନ୍‌ ଅଲ୍ଲି, ଜୁନେଦ୍‌ ଖାନ୍‌, ଉସ୍‌ମାନ୍‌ ଖାନ୍‌ ଓ ସାହିନ୍‌ ଆଫ୍ରିଦି।

ସମ୍ବନ୍ଧିତ ଖବର