କରାଚୀ: ପାକିସ୍ତାନରେ ଏକ କ୍ରିକେଟ୍ ମ୍ୟାଚ୍ ଜାରି ଥିବା ବେଳେ ଜଣେ ଅମ୍ପାୟାରଙ୍କ ହୃଦ୍ଘାତରେ ମୃତ୍ୟୁ ଘଟିଛି। ଗଣମାଧ୍ୟମର ରିପୋର୍ଟ ଅନୁସାରେ କରାଚୀରେ ଏକ କ୍ଲବସ୍ତରୀୟ ମ୍ୟାଚ୍ ଚାଲିଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ନସୀମ ଶେଖ୍ ନାମକ ଜଣେ ବ୍ୟକ୍ତି ଅମ୍ପାୟାରଙ୍କ ଅଚାନକ ହୃଦ୍ଘାତ ହେବାରୁ ସେ ପଡ଼ିଆରେ ଅଚେତ୍ ହୋଇ ପଡ଼ିଥିଲେ। କ୍ରିକେଟ ଜଗତ ଅମ୍ପାୟାର ଶେଖଙ୍କ ମୃତ୍ୟୁରେ ଶ୍ରଦ୍ଧାଞ୍ଜଳି ଦେଇଛି।
ପାକିସ୍ତାନ ଚ୍ୟାନେଲ ସମା ଟିଭି ରିପୋର୍ଟ ଅନୁସାରେ, ନସୀମଙ୍କୁ ହସ୍ପିଟାଲ ନେଇଯିବା ସମୟରେ ରାସ୍ତାରେ ମୃତ୍ୟୁ ଘଟିଥିଲା। ଶେଖ୍ (୫୨ ବର୍ଷ) ପୂର୍ବରୁ ହୃଦ୍ଘାତ ଜନିତ ରୋଗରେ ପୀଡ଼ିତ ଥିଲେ। ଚଳିତ ବର୍ଷ ସେ ଏଞ୍ଜିୟୋଗ୍ରାଫି କରାଇଥିଲେ।
ଏକ ରିପୋର୍ଟ ଅନୁସାରେ କ୍ରିକେଟ୍ ମ୍ୟାଚ ଜାରି ଥିଲା। ଅଚାନକ ଅମ୍ପାୟାର ତଳେ ପଡ଼ିଯାଇଥିଲେ। ତାଙ୍କୁ ଆମ୍ବୁଲାନ୍ସରେ ଯଥାଶୀଘ୍ର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ଶେଖଙ୍କୁ ହସ୍ପିଟାଲରେ ଡାକ୍ତର ମୃତ ଘୋଷଣା କରିଥିଲେ। ସୂଚନାଯୋଗ୍ୟ ଚଳିତ ବର୍ଷ ବ୍ରିଟେନ୍ରେ ଜଣେ ଅମ୍ପାୟାରଙ୍କ ପଡ଼ିଆରେ ମୃତ୍ୟୁ ଘଟିଥିଲା। ମ୍ୟାଚ୍ରେ ଜନ ଓ୍ଵିଲିୟମଙ୍କ ମୁଣ୍ଡରେ ବାଜିବାରୁ ତାଙ୍କର ମୃତ୍ୟୁ ଘଟିଥିଲା।