ଭାଗ ନେଲେ ୧୧୦ ପ୍ରତିଯୋଗୀ: ରାଜ୍ୟସ୍ତରୀୟ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଉଦ୍‌ଘାଟିତ

କଟକ: ଶିଖରପୁର କମଳାକାନ୍ତ ବିଦ୍ୟାପୀଠସ୍ଥିତ ନୃସିଂହ ମଲ୍ଲ ଅଡିଟୋରିୟମ୍‌ରେ ରାଜ୍ୟସ୍ତରୀୟ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଛି। ଏକକ, ଯୁଗଳ, ୧୭ ବର୍ଷରୁ କମ୍‌ ବିଭାଗରେ ହେଉଥିବା ଏହି ପ୍ରତିଯୋଗିତାକୁ କଟକ ଜିଲ୍ଲା କ୍ରୀଡ଼ା ଅଧିକାରୀ ରଶ୍ମିରଂଜନ ସାମନ୍ତରାୟ ଉଦ୍‌ଘାଟନ କରିଥିଲେ। କ୍ଲବ୍‌ ସଭାପତି ଯୁଗଳ ଚରଣ ଦାସ, ଓଡ଼ିଶା ବ୍ୟାଡ୍‌ମିଣ୍ଟନ ସଂଘ ସଭାପତି ବିବେକାନନ୍ଦ ମହାନ୍ତି, ସଂପାଦକ ପ୍ରଦୀପ କୁମାର ମହାନ୍ତି, ଶିଖରପୁର-ଗଣ୍ଡରପୁର-ମହାନଦୀବିହାର ପୂଜା କମିଟି ସମ୍ପାଦକ ଜୟନ୍ତ କୁମାର ପ୍ରଧାନ, କମଳାକାନ୍ତ ବିଦ୍ୟାପୀଠ ପ୍ରଧାନ ଶିକ୍ଷକ ତୈଲୋକ୍ୟ ଚନ୍ଦ୍ର ସ୍ୱାଇଁ ଓ ମହାବୀର ଟ୍ରାନ୍ସପୋର୍ଟର ମୁଖ୍ୟ ନିର୍ଦେଶକ ବିଷ୍ଣୁଚରଣ ନାୟକ ଅତିଥି ଭାବେ ଯୋଗଦେଇଥିଲେ। କ୍ଲବ୍‌ ସମ୍ପାଦକ ସରୋଜ କୁମାର ମହାନ୍ତି, ପ୍ରତାପ କିଶୋର ବିଶୋଇ, ପ୍ରକାଶ କୁମାର ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ପ୍ରତିଯୋଗିତାରେ ୧୧୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ୨୪ ତାରିଖରେ ପ୍ରତିଯୋଗିତା ଉଦ୍‌ଯାପିତ ହେବ।

ସମ୍ବନ୍ଧିତ ଖବର