ବିସିସିଆଇକୁ ୧.୬ ନିୟୁତ ଡଲାର କ୍ଷତିପୂରଣ ଦେଲା ଆର୍ଥିକ ସଂକଟରେ ପଡିଥିବା ପାକିସ୍ତାନୀ କ୍ରିକେଟ ବୋର୍ଡ

ନୂଆଦିଲ୍ଲୀ : ଆଉ ଏକ କ୍ଷେତ୍ରରେ ପାକିସ୍ତାନ ଭାରତଠାରୁ ପରାଜିତ ହୋଇଛି । ଏକ ଆଇନଗତ ଯୁଦ୍ଧରେ ବିସିସିଆଇଠାରୁ ପରାଜିତ ହୋଇଛି ପାକିସ୍ତାନ କ୍ରିକେଟ ବୋର୍ଡ ବା ପିସିବି । ଏହି କେସ ହାରି ଆର୍ଥିକ ସଂକଟରେ ଚାଲୁଥିବା ବିଚାରା ପିସିବି ବିଶ୍ୱର ଅନ୍ୟତମ ଧନୀ କ୍ରୀଡା ସଂଗଠନ ବିସିସିଆଇକୁ ପ୍ରାୟ ୧.୬ ନିୟୁତ ଡଲାର କ୍ଷତିପୂରଣ ଦେଇଛି ।

ବିସିସିଆଇ ଓ ପିସିବି ମଧ୍ୟରେ ହୋଇଥିବା ଏକ ବୁଝାମଣା ଅନୁସାରେ ୨୦୧୩ରୁ ୨୦୨୩ ମଧ୍ୟରେ ଭାରତ ଓ ପାକିସ୍ତାନୀ କ୍ରିକେଟ ଦଳ ମଧ୍ୟରେ ୬ଟି ଦ୍ୱିପାକ୍ଷିକ ସିରିଜ ହେବାର ଥିଲା । କିନ୍ତୁ ବିସିସିଆଇ ପରେ ଏହି ଚୁକ୍ତିରୁ ଓହରି ଯାଇଥିଲା ବୋଲି ଅଭିଯୋଗ କରି ପିସିବି ଆଇସିସିର ଡିସପ୍ୟୁଟ ରିଜୋଲୁସନ କମିଟିରେ ଏକ ମାମଲ ଦାଏର କରିଥିଲା । କମିଟି ଏହି ମାମଲରା ବିଚାର କରି ପିସିବି ଅଭିଯୋଗର କୌଣସି ଭିତ୍ତିନାହିଁ ବୋଲି କହିଛି ଓ ଆଇନଗତ ଖର୍ଚ୍ଚ ଭରଣା ପାଇଁ ବିସିସିଆଇକୁ କ୍ଷତିପୂରଣ ପାଇଁ ପିସିବିକୁ ନିର୍ଦ୍ଦେଶ ଦେଇଛି । ଆତଙ୍କବାଦ ପ୍ରସଙ୍ଗକୁ ନେଇ ଭାରତ ପାକିସ୍ତାନ ସହ କ୍ରିକେଟ ଖେଳିବା ବନ୍ଦ କରିଛି ।

ସମ୍ବନ୍ଧିତ ଖବର