ବ୍ୟକ୍ତିଗତ ଇଭେଣ୍ଟରେ ଭାଗ ନେବେ ଉଗାଣ୍ତା, ଗାଏନା

କଟକ: ଆଭ୍ୟନ୍ତରୀଣ ସମସ୍ୟା ଯୋଗୁଁ ରାଜ୍ୟଗୋଷ୍ଠୀ ଦଳଗତ ଇଭେଣ୍ଟରୁ ଓହରିଯାଇଥିବା ଉଗାଣ୍ତା ଓ ଗାଏନା ଏଥର ବ୍ୟକ୍ତିଗତ ଇଭେଣ୍ଟରେ ଅ˚ଶଗ୍ରହଣ କରିବେ। ଏଥିପାଇଁ ସେମାନଙ୍କ ସରକାର ଖେଳାଳି ପଠାଇବାକୁ ରାଜି ହୋଇଥିବା ସୂଚନା ଦିଆଯାଇଛି। ଯାହାଫଳରେ ବ୍ୟକ୍ତିଗତ ଇଭେଣ୍ଟ ବେଳେ ଦଳ ସ˚ଖ୍ୟା ୧୪ରେ ପହଞ୍ଚିବ। ଉଗାଣ୍ତା ଦଳରେ ୫ ଜଣ ଓ ଗାଏନା ଦଳରେ ତିନି ଜଣ ଖେଳାଳି ଏକକ ଓ ଯୁଗଳରେ ପ୍ରତିଦ୍ବନ୍ଦିତା କରିବାକୁ ଆସିବେ। ଆସନ୍ତା ୧୯ ତାରିଖରେ ଦଳଗତ ପ୍ରତିଯୋଗିତା ଶେଷ ହେବା ପରେ ବ୍ୟକ୍ତିଗତ ଇଭେଣ୍ଟ ଆରମ୍ଭ ହେବ।

ସମ୍ବନ୍ଧିତ ଖବର